ରୁଟି ପାଇଁ ବୋହୂକୁ ଚେଙ୍କ , ବନ୍ଧା ହେଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ ..
1 min readଢେଙ୍କାନାଳ : ରୁଟି ପୋଡି ଯିବାରୁ ତାଓ୍ବା ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମି । ଆଜିର ଆଧୁନିକ ଯୁଗରେ ଏବଳି ସଂକିର୍ଣ୍ଣ ମାନସିକତା ରଖି ବୋହୂକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ଜଣେ ଅଧ୍ୟାପିକା ଶାଶୁ । ଚିମୁଟାରେ ତାଙ୍କ ଜଙ୍ଘକୁ ଆକ୍ରମଣ କରି ରକ୍ତାକ୍ତ ମଧ୍ୟ କରିବାକୁ ପଛାଇ ନାହାନ୍ତି। ପୁଅ ମଧ୍ୟ କିଛି କମ ନୁହନ୍ତି, ମା’ କଥାରେ ପଡ଼ି ସେ ମଧ୍ୟ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିଲେ।
ଜଣେ ସରକାରୀ କଲେଜ ଅଧ୍ୟାପିକା ବୋହୁକୁ ରୁଟି ପୋଡି ଯିବାରୁ ତାଓ୍ବା ଚେଙ୍କ ଦେଇ ଜେଲ ଯାଇଛନ୍ତି । ଯାହା ସମ୍ପୂର୍ଣ୍ଣ ଶିକ୍ଷିତ ସମାଜକୁ ଲଜ୍ୟାରେ ନୁଆଁଇଦେଇଛି । ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୧ର ଲତାବିଲ ଅଞ୍ଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରାଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିତା। ତେବେ ରଶ୍ମିତା ବୈଦିକ ରୀତିରେ ଜଗତସିଂହପୁର ଖାରବେଳ ଦିଗବିଜୟ ସିଂହଙ୍କୁ ଟାଉନରେ ବିବାହ କରିଥିଲେ ।
ରଶ୍ମିତାଙ୍କ ବାପା ଭାଗିରଥୀ ମଧ୍ୟ ବିବାହ ସମୟରେ ଝିଅକୁ ଘରକରଣା ସାମଗ୍ରୀ ସହ ପାଞ୍ଚ ଭରି ସୁନା ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିବାହର ୨ ମାସ ପରେ ଅକଥନୀୟ ଭାବେ ନିର୍ଯାତନା ଦେଲେ ସ୍ୱାମୀ ଖାରବେଳ ଦିଗବିଜୟ ପାତ୍ର । ଶାଶୁ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନା ଅଟନ୍ତି । ବୋହୁ ରୁଟି ସେକିବା ବେଳେ ପୋଡି ଯିବାରୁ ରୁଟି ସେକା ତାଓ୍ବାରେ ଚେଙ୍କ ଦେଇଥିଲେ । ଏହା ପରେ ଚିମୁଟାରେ ଜଙ୍ଘର ମାଂସକୁ ଚିମୁଡି ଥିଲେ । ହେମଦସ୍ତା ବାଡିକୁ ବେକରା ଥୋଇ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିବା କହିଛନ୍ତି ବୋହୂ ରଶ୍ମିତା । ବୋହୁ ରଶ୍ମିତାର ବାପା ମା ଭାଇ ଭାଉଜ ମହାରାଷ୍ଟ୍ର ର ପୁନେ ଠାରେ ରହୁଥିବାରୁ ଖବର ପାଇ ଝିଅ ଘରକୁ ଆସି ଝିଅକୁ ଘରକୁ ଆଣି ଚିକିତ୍ସା କରିବା ସହ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ । ଶନିବାର ଭୋରୁ ଭୁବନ ଥାନାଧିକାରୀଙ୍କ ନିର୍ଦେଶରେ ଏସ ଆଇ ବିଜନ ସେଠି ଙ୍କ ନେତୃତ୍ୱରେ ଜଗତସିଂହପୁର ଉଗ୍ରତାର କଲୋନୀରୀ ଗିରଫ କରିଥିଲେ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳ ଙ୍କୁ ଭୁବନ କୋର୍ଟ ରୁ ଯାମିନୀ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇଦିଆଯାଇଛି ।