Pratidin TV

Odisha's Digital News Platform

ଏକାଠି ପଡିଥିଲା ହାତଗଣ୍ଠି ଏକାଠି ଜଳିଲା ଯୁଇ , ଝିଅ ପାଇଁ ସରିଥିଲା କାର୍ଡ ଛପା ଆଗପଛ ହୋଇ ଚାଲିଗଲେ ସ୍ୱାମୀ ଆଉ ସ୍ତ୍ରୀ …

1 min read

ଏବେ ବାସ୍ତବ କାହାଣୀ ସତ ହୋଇଯାଇଛି । ଏକାଠି ଗୋଟିଏ ଜୁଇରେ ଜଳିଛନ୍ତି ସ୍ୱାମୀ ସ୍ତ୍ରୀ । ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆଖିରୁ ଆପେ ଆପେ ଲୁହ ଆସିଯିବ । ଏହି ଘଟଣା କାହଣୀ ପରି ଲାଗୁଥିଲେ ବି ଏକଦମ ସତ । ଝିଅ ବାହାଘର ପାଇଁ କାର୍ଡ ଛପା ସରିଥିବା ବେଳେ ଆରପାରିକୁ ଚାଲିଯାଇଛନ୍ତି ବାପା ଆଉ ମାଆ । ବାହାଘର ଭୋଜି ଖାଇ ବାଇକ ରେ ନିଜ ସାନ ଝିଅକୁ ନେଇ ଫେରୁଥିଲେ । ହଠାତ ସାମ୍ନା ରୁ ମାଡିଆସିଲା ଆଉ ଏକ ବାଇକ ଉଭୟ ବାଇକ ଧକ୍କାରେ ଘଟଣା ସ୍ଥଳରେ ଚାଲିଗଲା ସ୍ୱାମୀ ଙ୍କ ଜୀବନ ପରେ ଆଜି ବୁର୍ଲା ଡାକ୍ତର ଖାନା ରେ ଚାଲିଗଲା ସ୍ତ୍ରୀ ର ଜୀବନ । ଏକା ଥରକେ ଦୁଇଟି କୋକେଇ ଗାଁ ରୁ ଉଠିଲା ଓ ଜଳିଲେ ଗୋଟିଏ ଜୁଇରେ । ଗତ କାଲି ଆଇଟିଆଇ ସମ୍ମୁଖରେ ଦୁର୍ଘଟଣା ଏଭଳି ଏକ ଚିତ୍ର ସୃଷ୍ଟି କରିଛି ।

ହେଲେ ସବୁଠୁ ବେଶି ଦୁଃଖ ଦାୟକ ଆସନ୍ତା ମାସରେ ଥିଲା ଝିଅ ବାହାଘର ହେଲେ ତା ପୂର୍ବରୁ ମାଆ ବାପା ଆରପାରିକୁ ଚାଲିଯାଇଛନ୍ତି । ଆଜି କାନ୍ଦବୋବାଳି ରେ ଫାଟୁଛି ଗାଁ ଦାଣ୍ଡ । କେହି କାହାକୁ ଅଟକାଇ ପାରୁନାହାଁନ୍ତି । ଏଭଳି ଦୃଶ୍ୟ ଯେ ଜିଏ ଦେଖୁଛି ତା ଆଖିରେ ଆପେ ଆରେ ଲୁହ ଆସିଯାଉଛି । ଏଭଳି ଛାତିଥରା ଦୃଶ୍ୟ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିରକେଲ ଗାଁରେ ଦେଖିବାକୁ ମିଳିଛି । ଗତ କାଲି ବଲାଙ୍ଗୀର ସହର ନିକଟ ଲର୍କୀପାଲି ସରକାରୀ ଆଇଟି ଆଇ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ବିରକେଲ ଗାଁ ର ଭାଗ୍ୟଧର ପଟେଲ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଥିଲେ ତାଙ୍କ ସାନଝିଅ ସ୍ନେହଲତା ପଟେଲ ଓ ସ୍ତ୍ରୀ ସୁରେଖା ପଟେଲ ।

Advertisement

ଦୁହିଁଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ରୁ ବୁର୍ଲା ସ୍ଥାନନ୍ତର କରାଯାଇଥିଲା । ହେଲେ ଆଜି ତାଙ୍କ ସ୍ତ୍ରୀ ସୁରେଖା ଙ୍କ ମୃତ୍ୟୁ ହୋଇଛି । ତେବେ ସ୍ୱାମୀ ସ୍ତ୍ରୀ ଙ୍କ ମୃତ ଶରୀର କୁ ବ୍ୟବଚ୍ଛେଦ ପରେ ଗାଁ କୁ ଅଣାଯାଇଥିଲା । ଏକା ଥରେ ଗୋଟିଏ ଘରୁ ସ୍ୱାମୀ ସ୍ତ୍ରୀ ର ଦୁଇଟି କୋକେଇ ଉଠିଥିଲା । ମୃତକଙ୍କ ନିଜ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମୃତ ଶରୀରକୁ ଗୋଟିଏ ଜୁଇରେ ସଂସ୍କାର କରାଯାଇଛି । ସେପଟେ ଘଟଣା ରେ ଆହୁରି କରୁଣ ଚିତ୍ର ହେଉଛି ଝିଅ ବାହାଘର । ଆସନ୍ତା ମାସ ୪ ତାରିଖରେ ତୃତୀୟ ଝିଅ ଅନିତା ପଟେଲ ର ବାହାଘର ହୋଇଥାନ୍ତା । ଏନେଇ କାର୍ଡ ମଧ୍ୟ ତିଆରି ସରି ବଣ୍ଟା ଆରମ୍ଭ ହୋଇଥିଲା ହେଲେ ତା ପୂର୍ବରୁ ଏଭଳି ଏକ ଦୃଶ୍ୟ । ଝିଅ ବାହାଘର ପୁର୍ବରୁ ଅନାଥ କରିଦେଇଛି ଝିଅକୁ । ଯାହାକୁ ନେଇ ଅତ୍ୟନ୍ତ କରୁଣ ଚିତ୍ର ଗାଁ ରେ ଦେଖିବାକୁ ମିକିଛି । ଝିଅ ବାହାଘର କରିଥାନ୍ତେ ହାତ ଗଣ୍ଡି ପଡ଼ିଥାନ୍ତା । ଝିଅକୁ କନ୍ୟା ଦାନ ଦେଇ ଥାନ୍ତେ ହେଲେ ତା ପୂର୍ବରୁ ଏକା ଥରକେ ଆର ପାରିକୁ ଚାଲିଗେଲ ଦୁହେଁ । ସତେ ଯେପରି କଥା ହୋଇଥିଲେ ତୁମେ ନ ରହିଲେ ମୁଁ ମଧ୍ୟ ରହିବି ନାହିଁ ଓ ଜଳିବା ତ ଗୋଟିଏ ଜୁଇରେ । ଏଭଳି ସମୟରେ ଉଭୟ ଦୁଇ ଝିଅ ଓ ସାନ ପୁଅ ସହ ପରିବାର କୁ ଭଗବାନ ସାହାସ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *