Pratidin TV

Odisha's Digital News Platform

ପୁଅର ତଣ୍ଟିକାଟି ସାବତ ମା’ର ଆତ୍ମହତ୍ୟ ଘଟଣା : ବନ୍ଧା ହେଲେ ସ୍ୱାମୀ ସନ୍ତୋଷ..

1 min read

କଟକ : ସୋମବାର କଟକ ଶ୍ରୀରାମନଗରରେ ଦେଖିବାକୁ ମିଳିଥିଲା ଏକ ଚାଞ୍ଚଲ୍ୟକର ଘଟଣା । ପାରିବାରିକ ମାମଲା ଯେ ଏତେ ଭୟଙ୍କର ହୋଇପାରେ ତାହା କାଲି ଜଣାପଡି ଥିଲା । ମାତ୍ରାଧିକ ପ୍ରେମ ,ଅବିଶ୍ୱାସ ଓ ଆତ୍ମସମ୍ମାନ କୁ ନେଇ ଶ୍ରୀରାମନଗରରେ ଜଣେ ମହିଳା ନିଜ ହିତାହତ ଜ୍ଞାନ ଭୁଲି ୨ ବର୍ଷର ସାବତ ପୁଅର ତଣ୍ଟି କାଟି ନିଜେ ମଧ୍ୟ ପଙ୍ଖାରେ ଝୁଲିପଡିଥିଲା । ଘଟଣାଟି ଗତକାଲି ପୋଲିସକୁ ଚକ୍ରବ୍ୟୁହ ମଧ୍ୟକୁ ଠେଲିଥିବା ବେଳେ , ତଦନ୍ତ ପରେ ଆଜି ପୋଲିସ ସପୃକ୍ତ ଅଭିଯୋଗ ଆଧାରରେ ସ୍ୱାମୀ ସନ୍ତୋଷଙ୍କୁ ଗିରଫ କରିଛି ।

ମୃତ ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ ସନ୍ତୋଷଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ମଧୁପାଟଣା ଥାନା ପୋଲିସ୍ । କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଘଟିଥିବା ଅଭାବନୀୟ ଘଟଣାରେ ମୃତା ମହିଳାଙ୍କ ପରିବାର ଲୋକେ କହିଛନ୍ତି, ଜ୍ୱାଇଁର ରୋଜଗାର କିଛି ନ ଥିବା ବେଳେ ଝିଅ ଅଧିକାଂଶ ସମୟରେ ବାପଘରେ ରହୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । କେବଳ ସେତିକି ନୁହେଁ ଶିଳ୍ପୀଙ୍କୁ , ସ୍ୱାମୀ ଁ ଏବଂ ତା ଶାଶୁ ଘର ଲୋକେ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଉଥିଲେ। ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ସାବତ ପୁଅ ହେଲେବି ଶିଳ୍ପୀ ପିଲାଟିକୁ ଖୁବ୍ ଭଲ ପାଉଥିବାରୁ ତାକୁ ଛଡ଼ାଇ ନେବାକୁ ସ୍ୱାମୀ ତଥା ଶାଶୁ ଘର ଲୋକେ ଧମକ ଦେଉଥିଲେ। ଏପରିକି ମୁଁ ଯେଉଁଠି ରହିବ, ମୋ’ ପୁଅ ସେଇଠି ରହିବ ବୋଲି କହୁଥିବା ଶିଳ୍ପୀ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପା ମା ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଏସବୁ କଥା ଶିଳ୍ପୀ ନିଜ ଭଉଣୀଙ୍କୁ ଏକ ମେସେଜ୍ ରେ କହିଛନ୍ତି । ଯେଉଁ ମେସେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି ।

Advertisement

ଅପରପକ୍ଷେ ପୁଅର ବାପାମା’ କହିଛନ୍ତି, ବୋହୂ ସବୁବେଳେ କଳି କରୁଥିଲା । ପୁଅକୁ ଶାନ୍ତିରେ ରଖାଇ ଦେଉ ନ ଥିଲା । ଶେଷରେ ଆମ ନାତିକୁ ମାରି ନିଜେ ମରିଗଲା । ମହିଳାଙ୍କ ସ୍ୱାମୀ କହିଛନ୍ତି, ପତ୍ନୀଙ୍କ ପରିବାର ଅଯଥାରେ ଅଧିକ ହସ୍ତକ୍ଷେପ କରୁଥିଲେ । ସେ ସବୁବେଳେ ଟଙ୍କା ଚାହୁଁଥିଲା । ମୋ’ ଘର ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲା । ମୋ’ ପୁଅକୁ ଭଲ ପାଉଥିଲା । ହେଲେ ତାକୁ ସବୁବେଳେ ନିଜ କବଳରେ ରଖିବାକୁ ଚେଷ୍ଟା କରୁଥିଲା ।

ତେବେ ସଫେଇ ଦେଉଥିବା ସନ୍ତୋଷ ଙ୍କୁ ବର୍ତ୍ତମାନ ଗିରଫ କରିଛି ପୋଲିସ୍ । କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମନାକୁ ଆସିଛି ।ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା । ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୋଲିସ କୁ ସୂଚନା ଦେଇଥିଲେ ।
ପୋଲିସ କବାଟ ଖୋଲି ଭିତରକୁ ଯିବାରୁ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା । ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଉକ୍ତ ଘରେ ହିଁ ମହିଳା ଜଣକ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *