Pratidin TV

Odisha's Digital News Platform

ଯୌତୁକ ପାଲଟିଲା କାଳ : ଟଙ୍କା ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ସଇତାନ ସ୍ୱାମୀ

1 min read

ଭଦ୍ରକ : ରାଜ୍ୟରେ ଯୌତୁକ ପାଇଁ ବଡ ବଡ କାର୍ଯ୍ୟନୁଷ୍ଠାନ ଥିବାବେଳେ ମଧ୍ୟ ଏହାକୁ ମାନୁ ନାହନ୍ତି ଲୋଭି ମଣିଷ । ଯୌତୁକ ଏକ ବଡ ଅପରାଧ ଯାହ ପାଇଂ ବର୍ତ୍ତମାନ ଦେଶରେ ଆଇନ କାନୁନ ସହ ଯୌତୁକ ଲୋଭି ମାନଙ୍କ ପାଇଁ ରହିଛି କଠୋର ଦଣ୍ଡାଦେଶ । ତଥାପି ଟଙ୍କାର ଲୋଭରେ ଆଇନ କାନୁନକୁ ଖାତିର କରୁନି ସାଧ।ରଣ ମଣିଷ ।

Advertisement

ନିକଟରେ ଏଇ ଯୌତୁକକୁ ନେଇ ଘଟିଯାଇଛି ଏକ ବିଭତ୍ସକର ଘଟଣା । ଯୌତୁକ ଟଙ୍କା ପାଇଁ ସ୍ତ୍ରୀର ତଣ୍ଟି କାଟିବାକୁ ପଛାଇନାହିଁ ନୃଶଂସ ସ୍ୱାମୀ । ୫୦ ହଜାର ଟଙ୍କା ପାଇଁ ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ । ରକ୍ତାକ୍ତ ଅବସ୍ଥାରେ ସ୍ତ୍ରୀ ଛଟପଟ ହେଉଥିବା ବେଳେ ଫେରାର ହୋଇଯାଇଛି । ଏପରି ଏକ ଛାତିଥରା ଘଟଣା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ନିକଟ ବଣିଆ କାଞ୍ଚପଡା ଗାଁରେ ଘଟିଛି। ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି।ବଣିଆ କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଗାୟତ୍ରୀ ଜେନାଙ୍କୁ ବିବାହ କରିଥିବା ବେଳେ ଉଭଙ୍କର ଏକ ୪ ବର୍ଷର ପୁଅ ଅଛି। ଜଗବନ୍ଧୁ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ଅଧିକ ଯୌତୁକ ଆଣିବାକୁ ଗାୟତ୍ରୀଙ୍କୁ ନିର୍ଯ୍ୟତନା ଦେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା ।

ଏଥିରେ ଅତିଷ୍ଠ ହୋଇ ଗାୟତ୍ରୀ ଅଧିକାଂଶ ସମୟ ବାପ ଘରେ ରହୁଥିଲେ।ଭବିଷ୍ୟତରେ ଏପରି ଭୁଲ୍ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପ୍ରାୟ ୨ ମାସ ପୂର୍ବେ ଜଗବନ୍ଧୁ ପତ୍ନୀ ଓ ପୁଅଙ୍କୁ ନିଜ ଘରକୁ ଆଣିଥିଲେ। ହେଲେ ଏହା ପରେ ବି ଗାୟତ୍ରୀଙ୍କ ଉପରେ ନିର୍ଯ୍ୟତନାର ମାତ୍ର ବଢ଼ି ଚାଲିଥିଲା।ଗତ ରାତିରେ ଜଗବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିବା ବେଳେ ବାପଘରୁ ୫୦ ହଜାର ଆଣିବାକୁ ଗାୟତ୍ରୀଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଗବନ୍ଧୁ ଆଜି ଭୋରରୁ ପତ୍ନୀ ଶୋଇଥିବା ବେଳେ ତାଙ୍କ ବେକ ଏକ ଧାରୁଆ ଛୁରୀରେ କାଟି ଦେଇଛନ୍ତି।ଗାୟତ୍ରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଏହି ଘଟଣା ପରେ ସାବରଙ୍ଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ନିଜ ଗାଁରେ ହିଁ ଲୁଚି ରହିଥିବା ଜଗବନ୍ଧୁଙ୍କୁ କାବୁ କରି ଅଟକ ରଖିଛି।

Leave a Reply

Your email address will not be published. Required fields are marked *