Pratidin TV

Odisha's Digital News Platform

ପ୍ରେମରେ ରଚିଲେ ଇତିହାସ : ପତ୍ନୀଙ୍କ ଇଛା ପୂରଣ ପାଇଁ ତିଆରି କଲେ ୭ କୋଟିର ଭବ୍ୟ ମନ୍ଦିର..

1 min read

ଯାଜପୁର : ଆପଣମାନେ ସାହାଜାହାନ ଓ ମୁମତାଜ୍‌ଙ୍କ କଥା ନିଶ୍ଚିତ ଜାଣିଥିବେ । ସାହଜାହାନ ନିଜ ପତ୍ନୀଙ୍କୁ ଏତେ ଭଲପାଉଥିଲେ ଯେ ତାଙ୍କ ପାଇଁ ତାଜମହଲର କବର ବନାଇଲେ । କିନ୍ତୁ ବର୍ତ୍ତମାନ ଏହିଭଳି କିଛି କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ଓଡିଆ ପୁଅ । ନିଜ ସ୍ତ୍ରୀଙ୍କ ଇଛା ପୁରଣ କରିବା ପାଇଁ ତିଆରି କରିଛନ୍ତି ୭ କୋଟିର ମନ୍ଦିର । ପତ୍ନୀ ସନ୍ତୋଷି ମାଙ୍କ ଭକ୍ତ ପିଲାଦିନୁ ମାଙ୍କୁ ପୂଜା କରନ୍ତି । ସ୍ୱାମୀଙ୍କ ପାଖରେ ଗୋଟିଏ ଅଳି କରିଥିଲେ । ଗାଁରେ ସନ୍ତୋଷି ମାଙ୍କ ଏକ ଛୋଟ ମନ୍ଦିର ନିର୍ମାଣ କରିବା ପାଇଁ ଇଛାପ୍ରାକଶ କରି ସ୍ୱାମୀଙ୍କୁ ଜଣାଇଥିଲେ । ଯାହା ଆଜି ଏକ ଦିବ୍ୟ ଓ ଭବ୍ୟ ମନ୍ଦିରରେ ପରିଣତ ହୋଇଛି।

କଣ ଆପଣମାନଙ୍କୁ କାହାଣୀ ଭଳି ଲାଗୁଛି କି ଏଘଟଣା । କିନ୍ତୁ ବାସ୍ତାବରେ ଏହା ସତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗ୍ରାମର କ୍ଷେତ୍ରବାସୀ ଲେଙ୍କା ହାଇଦ୍ରାବାଦରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ପରିବାର ସହ ସେଠାରେ ରୁହନ୍ତି। ତାଙ୍କ ପତ୍ନୀ ବୈଜୟନ୍ତୀ ଲେଙ୍କା ଛୋଟ ବେଳୁ ସନ୍ତୋଷୀ ମା’ଙ୍କ ଉପାସନା କରୁଥିଲେ। ହେଲେ ନିଜ ଘର ନ ଥିବାରୁ ପଡ଼ୋଶୀଙ୍କ ଘରେ ମା’ଙ୍କ ଫଟୋ ରଖି ପୂଜା କରୁଥିବାରୁ ସେ ଫଟୋ ଫୋପାଡ଼ି ଦେଇଥିଲେ। ଏହା ତାଙ୍କୁ ଖୁବ୍ ବାଧିଥିଲା।

Advertisement

ଏହାପରେ ସେ ବିଜନେସ୍ ମ୍ୟାନ କ୍ଷେତ୍ରବାସୀଙ୍କୁ ବିବାହ କରିଥିଲେ। ବିବାହ ପରେ ଅଳଙ୍କାର କିମ୍ବା ଦାମୀ ଜିନିଷ ପାଇଁ ସ୍ୱାମୀଙ୍କ ନିକଟରେ ଦାବି ନ ଜଣାଇ ଗାଁରେ ଏକ ସନ୍ତୋଷୀ ମା’ଙ୍କ ମନ୍ଦିର ତୋଳି ଦେବାକୁ ସ୍ୱାମୀଙ୍କୁ ଅନୁରୋଧ କରିଥିଲେ। ପତ୍ନୀଙ୍କୁ ଖୁବ୍ ଭଲ ପାଉଥିବା କ୍ଷେତ୍ରବାସୀ ଏଥିରେ ରାଜି ହୋଇଗଲେ।

୨୦୦୮ ମସିହାରେ ୩୦ ଲକ୍ଷ ବଜେଟରୁ ଏହି ମନ୍ଦିରର କାମ ଆରମ୍ଭ ହୋଇଥିଲା । ସମୟ ବଢିବା ସହ ମନ୍ଦିରର କାମ କୌଶଳ ସହ ବଜେଟ୍ ମଧ୍ୟ ବଢିଥିଲା । ଏକ ଛୋଟିଆ ମନ୍ଦିର ନିର୍ମାଣ ଉର୍ଦ୍ଦେଶ୍ୟରେ କ୍ଷେତ୍ରବାସୀ ଆରମ୍ଭ କରିଥବା ମନ୍ଦିରଟି କେତେବେଳେ ଯେ ଏତେ ଦୀର୍ଘକାୟ , ବିଶାଳ ଭବ୍ୟ ମନ୍ଦିରରେ ପରିଣତ ହୋଇଯାଇଥିଲା ତାହା ସମସ୍ତଙ୍କୁ ତାଜୁବ୍ କରିଥିଲା । ୨୦୦୮ ରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ୨୦୨୩ ମସିହାରେ ଆସି ସମ୍ପୂର୍ଣ୍ଣ ହେବାକୁ ବସିଥିବା ବେଳେ ଏଥିରେ ପ୍ରାୟ ୭ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହୋଇଥିବା ଜଣାପଡିଛି । ମନ୍ଦିରରେ ସୂକ୍ଷ୍ମ କାରିଗରୀ ସହ ଆଖପାଖରେ ପାସ୍ୱ ଦେବାଦେବୀ , ହନୁମାନ ,ଗଣେଶ,ନବଗ୍ରହ ଓ ମହାଦେବଙ୍କ ମନ୍ଦିର ମଧ୍ୟ ରହିଛି । କ୍ଷେତ୍ରବାସୀଙ୍କ ଏପରି କାମକୁ ରାଜ୍ୟବାସୀଭୁରି ଭୁରି ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *