Pratidin TV

Odisha's Digital News Platform

ପ୍ରେମୀକା ସହ ଦୀପାବଳି ପାଳୁଥିଲା ସ୍ୱାମୀ , ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ ….

ବଲାଙ୍ଗୀର : ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ନେଇ ପତ୍ନୀ ଆଜି ବଲାଙ୍ଗୀର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅଭିଯୋଗ କାରିଣୀ ମହିଳା ଜଣକ ହେଉଛନ୍ତି ଶାନ୍ତିପଡ଼ାର ରୀତାଞ୍ଜଳି ଉପାଧ୍ୟାୟ। ସେ ସାତ ବର୍ଷ ତଳେ ସୁବ୍ରତ ଉପାଧ୍ୟାୟଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।

ସାଂସାରିକ ଜୀବନ ସୁଖମୟ ଚାଲିଥିଲା ବେଳେ ରୀତାଞ୍ଜଳି ଜାଣିବାକୁ ପାଇଥିଲେ ତାଙ୍କ ସ୍ବାମୀ ସୁବ୍ରତଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ସ୍ୱାମୀ ସୁବ୍ରତ ଉପାଧ୍ୟାୟ ବଲାଙ୍ଗୀର ସହରର ଇଚ୍ଛାପଡ଼ାରେ (ବର୍ଷା ଷଡ଼ଙ୍ଗୀ )ନାମକ ଜଣେ ମହିଳାଙ୍କ ସହ ଦୀର୍ଘ ଦିନରୁ ଅନୈତିକ ସଂପର୍କ ରଖି ସେଠାରେ ରହି ଆସୁଛନ୍ତି । ତେବେ ରୀତାଞ୍ଜଳି କହିଛନ୍ତି ଯେ, ସ୍ୱାମୀ ସୁଧୁରିଯିବେ ବୋଲି ତାଙ୍କୁ ଅନେକ ସୁଯୋଗ ଦେଇଥିବା ବେଳେ ସ୍ୱାମୀ ଜଣକ ନସୁଧୁରିବାରୁ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି କଥାକୁ ନେଇ ସ୍ୱାମୀ ତାଙ୍କୁ ମାର୍ପିଟ୍ କରିଥିବାରୁ ସେ ଥାନାକୁ ଆସି ଅଭିଯୋଗ କରିଥିଲେ।ସେତେବେଳେ ସ୍ୱାମୀ ଜଣକ ଦୋଷ ମାନି ମିଳାମିଶା କରିବାର ଅଭିନୟ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାଙ୍କ ପୁରୁଣା ଅଭ୍ୟାସରୁ ନିବୃତ ହୋଇ ନଥିଲେ। ଏଣୁ ସେ ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *