ବାହା ହୋଇ ଧୋକା ଦେଲେ ; ସ୍ତ୍ରୀ କୁ ଚରିତ୍ରହୀନା ସଜେଇଲେ ସ୍ୱାମୀ …
1 min readଭଦ୍ରକ ; ମୁଁ ବାହା ହୋଇ କଣ ଭୁଲ କରିିିଛି ? ମୁଁ କଣ ଭଲ ପାଇ ପାପ କଲି ? ମୁଁ କଣ ମୋ ସ୍ୱାମୀ ସାଙ୍ଗରେ ସମ୍ପର୍କ ରଖି ଅପରାଧ କଲି ? କିନ୍ତୁ କାହିଁକି କେଜାଣି ଏ ସମାଜ ମୋତେ ଚରିତ୍ର ହୀନା ସଜାଇଦେଲା । ମୁଁ ସବୁକିଛି ହରାଇଲା ପରେ ମୁଁ ହୋଇଗଲି ଚରିତ୍ରହୀନା । ଏଭଳି କିଛି କହି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛନ୍ତି ଜୈନେକ ଯୁବତୀ ଜଣକ ।
ଦୁଇ ଦିନ ତଳେ ଗଣମାଧ୍ୟମ ରେ ଚର୍ଚ୍ଚିତ ଖବର ଥିବା ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି । ବିବାହ ପରେ ସ୍ୱାମୀ ଦେଲା ଧୋକା ସଜେଇଲା ଚରିତ୍ରହୀନା । ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଅଣ୍ଢେଇପଲି ଗ୍ରାମର ସମର ନାୟକ ଓ ଜୈନେକ ଯୁବତୀଙ୍କ ପ୍ରେମ କାହାଣୀରେ ଆସିଛି ନୂଆ ଟ୍ଵିଷ୍ଟ । ଯୁବତୀ ଜଣକ ସମରକୁ ବିବାହ କରିଛନ୍ତି ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି ବୋଲି ଯୁବତୀ ଜଣକ ଥାନାରେ ଅଭିଯୋଗ ପରେ ପୋଲିସ ମଧ୍ୟ ଯୁବତୀଙ୍କ ଡାକ୍ତରୀ ମଇନା କରିବା ସହ ତାଙ୍କ ଏତଲା ମୂଳେ ଦଫା ୩୭୬ ରେ ଅଭିଯୋଗ କୁ ପଞ୍ଜିକରଣ କରିଛି ।
କିନ୍ତୁ ଅନ୍ୟପଟେ ପ୍ରେମିକ ସମର ନାୟକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ହାସ୍ୟାସ୍ପଦ ବୋଲି ମନେହେଉଛି ବୋଲି କହିଛନ୍ତି ଯୁବତୀ । କାରଣ ସମର ନାୟକ କହିଛନ୍ତି କି ଯୁବତୀ ଜଣକ ତାଙ୍କ ଠାରୁ ୧୬ ଲକ୍ଷ୍ ୫୦ ହଜାର ଟଙ୍କା ଆଣିଛନ୍ତି । ୧୨ ଲକ୍ଷ କ୍ୟାସ ଓ ୪ ଲକ୍ଷ ୫୦ ହଜାର ଋଣ ଆକାରରେ ଆଉ ଟଙ୍କା ମାଗିଲେ ବିଭିନ୍ନ ଆଳ ଦେଖାଇ ଟଙ୍କା ଫେରାଉନଥିଲେ ଶେଷରେ ମୁଁ ଥାନାରେ ଅଭିଯୋଗ କରିଛି । ଗୋଟେ ପଟେ ଯୁବତୀ ଜଣକ ସମର ନାୟକ ଙ୍କ ସ୍ତ୍ରୀ ବୋଲି ସମ୍ବୋଧନ କରିଥିବା ବେଳେ,ସମର ନାୟକ କିନ୍ତୁ ବିବାହ କଥା ନଉଠାଇ ଖାଲି ଟଙ୍କା ବାବଦରେ କହୁଛନ୍ତି ଯାହାକି ସମର ନାୟଙ୍କ ପ୍ରତିକ୍ରିୟା ସନ୍ଦେହ ସୃଷ୍ଟି କରୁଛି ।
ସମର ନାୟକ
ଗୋଟେପଟେ ଯୁବତୀ ଜଣକ ସମର ଙ୍କୁ ସ୍ୱାମୀ କହୁଥିବା ବେଳେ ତାଙ୍କ ସହ ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିଥିବା ବେଳେ କାହିଁକି ସମର ଏକଥାକୁ ପ୍ରତ୍ୟାଖ୍ୟାନ କରି ଏ ପ୍ରସଙ୍ଗ କୁ ଉଠାଉନାହାନ୍ତି ଖାଲି ଟଙ୍କା ବିଷୟରେ କହୁଛନ୍ତି ତାହା ଏବେ ସନ୍ଦେହ ଘେରରେ । ସତରେ କଣ ସମର ଯୁବତୀଙ୍କ ସହ ବିବାହ କରିନାହାନ୍ତି ? ଯଦି ବିବାହ କରିନାହାନ୍ତି ସେ କୋର୍ଟ କାଗଜ କଣ ମିଛ? ସତରେ କଣ ସମର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି ? ଯଦି ରଖିନାହାନ୍ତି ତେବେ ଯୁବତୀ କହୁଥିବା ହୋଟେଲ ଯିବା କଣ ମିଛ ? ତେବେ ଶେଷରେ ଯୁବତୀ ଗୋଟିଏ କଥା କହିଛନ୍ତି ଯଦି ମୁଁ ବିବାହ କରି ଭୁଲ କରିଛି । ଯଦି ମୁଁ ସ୍ୱାମୀଙ୍କ ସାଙ୍ଗରେ ସମ୍ପର୍କ ରଖି ଚରିତ୍ରହୀନା ସାଜିଛି ତେବେ ଏ ସମାଜରେ ସବୁ ସ୍ତ୍ରୀ କଣ ଚରିତ୍ରହୀନା ।
ଯଦି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ସମାଜ ଏମିତି ଆଖିରେ ଦେଖେ ସମ୍ପର୍କ ର ମୂଲ୍ୟବୋଧ ମଧ୍ୟ କିଛି ରହିବ ନାହିଁ ବୋଲି ଲୁହ ଭରା ଆଖିରେ ଯୁବତୀ ଜଣକ କହିଛନ୍ତି । ଦେଖିବାକୁ ବାକିରହିଲା ଏଭଳି ହାଇ ପ୍ରୋଫାଇଲ ପ୍ରେମ କାହାଣୀର ମୋଡ କେଉଁ ଆଡେ ଗତିକରୁଛି ? ଆଉ ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି ।