ରାଜନୀତି ହିଂସାରେ ବଳିପଡିଗଲେ ସ୍ୱାମୀ , ଭୋଟ ଦେବାକୁ ଆସିଲେ ସ୍ତ୍ରୀ ।
1 min readଗଞ୍ଜାମ ; ରାଜନୈତିକ ହିଂସା ରେ ମୃତ୍ୟୁ ବରଣ କରିଥିବା ଦିଲ୍ଲୀପଙ୍କ ପତ୍ନୀ ଦେଲେ ଭୋଟ । ଗତ ୧୫ ତାରିଖ ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସା ରେ ପ୍ରାଣ ହରାଇ ଥିବା ଦିଲ୍ଲୀପ ପାହାନଙ୍କ ପତ୍ନୀ ସ୍କୁଲ୍ ଘରେ ହୋଇଥିବା ସଖୀ ମତଦାନ କେନ୍ଦ୍ରକୁ ଯାଇ ଗଣତନ୍ତ୍ରର ମହାନ୍ ପର୍ବର ନିଜର କୋହ ଭରା କଣ୍ଠ ଓ ଛଳ ଛଳ ଆଖିକୁ ସାମିଲ କରି ନିଜର ମତଦାନ କରିଛନ୍ତି ।
ଦିଲ୍ଲୀପଙ୍କ ବାପା ମଧ୍ୟ ଭୁଲି ନାହାନ୍ତି ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ମଧ୍ୟମ ରେ ନିଜର ଅଧିକାର ସାବ୍ୟସ୍ତ କରି ଏକ ସୁସ୍ଥ ସରକାର ଗଢ଼ିବା ପାଇଁ । ଛାତିରେ ଛାତିଏ କୋହକୁ ନିଜ ଛାତିରେ ଜାବୁଡ଼ି ଧରି ଭୋଟ କେନ୍ଦ୍ର କୁ ଆସି ଉପଯୁକ୍ତ ଯୋଗ୍ୟ ପାର୍ଥିକୁ ଭୋଟ ଦେଇ ଘର ବାହୁଡା଼ ହୋଇଛନ୍ତି ।