Pratidin TV

Odisha's Digital News Platform

ସ୍ୱାମୀର ରଙ୍ଗ କଳା ବୋଲି , ପର ପୁରୁଷ ସହ ପଳାଇଲା ସ୍ତ୍ରୀ ..

1 min read

କୁହାଯାଏ ବିବାହ ହେଉଛି ହୃଦୟର ଏକ ମିଳନ, ଏଥିରେ କାହାର ରଙ୍ଗ କିମ୍ବା କାହାର ରୂପ ଦେଖାଯାଏ ନାହିଁ | କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ଚେହେରାକୁ ଭଲ ପାଆନ୍ତି ହୃଦୟକୁ ନୁହେଁ  | କାହାର ହୃଦୟ ଯେତେ ସଫା ହେଉନା କାହିଁକି ହେଲେ  ଏଥିରେ ତାଙ୍କୁ  କିଛି ଫରକ ପଡ଼େ ନାହିଁ | ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀକୁ ଛାଡ଼ିଦେଲେ କାରଣ ତାଙ୍କ ସ୍ୱାମୀଙ୍କ ରଙ୍ଗ କଳା | ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀଙ୍କ ରଙ୍ଗ କଳା ବୋଲି ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। କେବଳ ଏତିକି ନୁହେଁ ମହିଳା ଜଣକ ତାଙ୍କ ଦେଢ ମାସର ଝିଅକୁ ଶାଶୁଙ୍କ ପାଖରେ ଛାଡ଼ି ନିଜ ବାପ ଘରକୁ ଚାଲିଯାଇଛନ୍ତି। ଯେଉଁଠାରେ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ରହୁଛନ୍ତି। ଶେଷରେ ସ୍ୱାମୀ ଉପାୟ ନପାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବିଶାଳ ନାମକ ଜଣେ ଯୁବକ ତାଙ୍କ ପରିବାର ସହିତ ଜନଶୁଣାଣିରେ ପହଞ୍ଚିଥିଲେ। ଯେଉଁଠାରେ ସେ ମହିଳା ପୋଲିସ ଷ୍ଟେସନର ଡିଏସପି କିରଣଙ୍କୁ ଭେଟିଥିଲେ। ସେଠାରେ ସେ କହିଥିଲେ ଯେ, ତାଙ୍କ ପତ୍ନୀ ପରିବାରର ସମସ୍ତ ସଦସ୍ୟଙ୍କୁ ହଇରାଣ କରୁଛନ୍ତି।

ବିବାହ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଲାଣି। ସେ ଦେଢ଼ ମାସ ପୂର୍ବରୁ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିଶାଲ ଆଉ ମଧ୍ୟ କହିଛନ୍ତି ମୋ ପତ୍ନୀ ତାଙ୍କ ମା’ଙ୍କ କଥାରେ ପଡ଼ି ଘରେ ଅସୁବିଧା ସୃଷ୍ଟି କରୁଛନ୍ତି। ସବୁବେଳେ ମରିବାକୁ ଧମକ ଦେଉଥିଲେ। ଏତିକି ନୁହେଁ ଅନେକ ଥର ସେ ରେଳ ଟ୍ରାକକୁ ଯିବାକୁ ଚେଷ୍ଟା କରୁଥିଲେ। ମୋ ବାପା ଟ୍ରାକରୁ ତାଙ୍କୁ ଗାଳି କରି ଫେରାଇକି ଆଣିଥିଲେ। ବିଶାଲଙ୍କ ମା’ କହିଛନ୍ତି ଯେ, ବୋହୂକୁ ରଖିବା ପାଇଁ ଆମେ ବହୁତ ଚେଷ୍ଟା କରିଛୁ। କିନ୍ତୁ ବୋହୂ ସବୁବେଳେ କହୁଥିଲେ ଆପଣଙ୍କ ପୁଅର ରଙ୍ଗ କଳା। ମୁଁ ତାଙ୍କ ସହ ସାରା ଜୀବନ ରହିପାରିବିନି। ଏହି କାରଣରୁ ସେ ଅନେକ ଥର ଘରୁ ବାହାରିକି ପଳାଇଛନ୍ତି। କିନ୍ତୁ ସ୍ବାମୀ ଏବଂ ତାଙ୍କ ପରିବାର ଏବେ ବି ଚାହୁଁଛନ୍ତି ସେ ଫେରି ଆସନ୍ତୁ ସେମାନେ ପୂର୍ବଭଳି ରହିବେ। ଯଦି ସେ ଫେରିବାକୁ ଚାହୁଁନାହାନ୍ତି ତାହାଲେ ସମ୍ପର୍କ ଭାଙ୍ଗିକି ସମ୍ପୂର୍ଣ୍ଣ ଭାବେ ଅଲଗା ଭାବେ ବଞ୍ଚିପାରିବେ। ଆଉ ଯଦି ତାଙ୍କୁ ନ୍ୟାୟ ମିଳିବ ନାହିଁ। ତାହେଲେ ସେ ପୋଲିସ ଷ୍ଟେସନ ଆଗରେ ଜୀବନ ହାରିବେ ବୋଲି କହିଛନ୍ତି ।ପୀଡିତାଙ୍କ ପରିବାର କଥା ଶୁଣିବା ପରେ ଡିଏସପି କିରଣ କହିଛନ୍ତି ଯେ ପରିବାରର ଆବେଦନ ମଧ୍ୟ ମହିଳା ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି। ଖୁବ୍ ଶୀଘ୍ର ଉଭୟଙ୍କୁ ଡକାଯିବ ଏବଂ ପରାମର୍ଶ ଦିଆଯିବ | ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ।

Advertisement

Leave a Reply

Your email address will not be published. Required fields are marked *