Pratidin TV

Odisha's Digital News Platform

ବଢୁଛି ପାରିବାରିକ କଳହ : ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

1 min read

ପରଜଙ୍ଗ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ପାରିବାରିକ କଳହ । ଯାହାର ସମାଧାନ ନହୋଇପାରି ଶେଷରେ ଚାଲିଯାଉଛି କେଉଁ ନିରୀହର ଜୀବନ । ନିକଟରେ ଢେଙ୍କାନାଳ ଜିଲ୍ଲାରେ ଏହି ପାରିବାରିକ କଳହର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଯାହାକୁ ସାତଜନ୍ମର ସାଥି ବନେଇ ହାତଧରି ବୋହୁ ସଜେଇ ଘରକୁ ଆଣିଥିଲା । ବିବାହର ବର୍ଷ ନପରୁଣୁ ସ୍ତ୍ରୀକୁନିଜ ହାତରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଅଭ।ବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ର ସାନ ମସମସା ସାହିରେ ରେ ଘଟିଛି ।

ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ, ଅଭିଯୋକ୍ତ ସ୍ୱାମୀ ହେଉଛନ୍ତି ଅଷ୍ଟମ ଖଟୁଆ ଜ୍ଝଗତ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ପାରିବାରିକ କଳହ ହୋଇଥିଲା । ତେବେ ଏହି କଳହ ରେ ଅଭିଯୁକ୍ତ ସ୍ୱାମୀ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗା ରେ ବାଡେଇଦେଇ ଥିଲେ । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ସେ ଓ ତାଙ୍କ ବଡ଼ ଭାଇ ଶିବ ଖଟୁଆ ମିଶି ଘର ପଛ ପାଖ ଜଙ୍ଗଲ କୁ ଶବ ସତ୍କାର ପାଇଁ ନେଉଥିବା ବେଳେ, ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହ ଉଦ୍ଧାର କରିବା ସହ, ଦୁଇ ଭାଇ ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଅଷ୍ଟମ ଖଟୁଆ ପ୍ରଥମ ସ୍ତ୍ରୀ ଙ୍କ ନିଧନ ପରେ ୬ ବର୍ଷ ହେବ ଦ୍ଵିତୀୟ ବିବାହ କରିଥିଲେ । ଅଭିଯୁକ୍ତ ସ୍ବାମୀ ମଦ୍ୟପ କରି ପ୍ରତି ଦିନ ଝଗଡ଼ା କରୁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏନେଇ ଅଭିଯୁକ୍ତ ଓ ତାର ବଡ଼ ଭାଇ ଶିବ ଖଟୁଆଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *