Pratidin TV

Odisha's Digital News Platform

ନିଶା ପାଇଁ ସ୍ତ୍ରୀକୁ ହତ୍ୟା କଲା ଯୁବକ: ପାଖରେ ପଡିଛି ୪ ଦିନର ଝିଅ, ଦେଖନ୍ତୁ ଛାତିଥରା ଭିଡିଓ

1 min read

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି ଆଜି ରାଜଧାନୀରେ ଦେଖିବାକୁ ମିଳିଛି । ସ୍ୱାମୀ ସ୍ତ୍ରୀଙ୍କ କଳହ ଉଗ୍ର ରୂପ ଧାରଣ କରିବାରୁ ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ଛାଡ଼ିନି ପିଶାଚ ବାପା । ଅଭିଯୁକ୍ତଜଣକ ଝିଅର ବି ତଣ୍ଟି କାଟି ଦେଇଥିବା ବେଳେ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।

ମା’ଙ୍କ ମୃତଦେହ ନିକଟରେ ଝିଅଟି ଛଟପଟ ହେଉଥିବା ବେଳେ ପାଖରେ ୪ ଦିନର ଝିଅ ବି ଥିବା ଜଣାପଡ଼ିଛି। ଏପରି ଛାତିଥରା ଘଟଣା ଘଟାଇ ଅଭିଯୁକ୍ତ ସଞ୍ଜୀତ ଦାସ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତା ମହିଳା ହେଲେ ସରସ୍ୱତୀ ଦାସ ।

Advertisement

ସୂଚନା ଅନୁଯାୟୀ, ସଞ୍ଜୀତ ଦାସଙ୍କ ପରିବାର ଆର୍ଥିକ ଭାବେ ବେଶ୍‌ ସ୍ୱଚ୍ଛଳ ଥିବା ବେଳେ ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି। ମାତ୍ର ସଞ୍ଜୀତ ନିଜେ କିଛି ରୋଜଗାର କରୁ ନ ଥିବା ବେଳେ ସବୁବେଳେ ନିଶାଗ୍ରସ୍ତ ରହୁଥିଲେ। ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରନ୍ତି। ଉଭୟଙ୍କର ୬ ବର୍ଷୀୟା ଝିଅ ଶ୍ରୀ ଦାସ ଥିବା ବେଳେ ୪ ଦିନ ହେଲା ଆଉ ଏକ ସନ୍ତାନ ହୋଇଛି।

ତେବେ ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ସାଂଘାତିକ ରୂପ ନେଲା। ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି।

ଖବର ପାଇ ଭୁବନେଶ୍ୱର ଡିସିପି ଓ ପୁଲିସ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଲେ ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *