Pratidin TV

Odisha's Digital News Platform

ପୁଣି ଯୌତୁକ ଜୁଇରେ ଜଳିଳା ବଧୂ ; ନିଶା ଖାଇ ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ୱାମୀ ….

1 min read

ଭଦ୍ରକ ; ‘ମୋ ଭିଣୋଇ ଟା ରାକ୍ଷସ ଥିଲା ଯୌତୁକ ଲୋଭରେ ମୋ ଭଉଣୀକୁ ମାରିଦେଲା କହି ଭୋ ଭୋ ହୋଇ କାନ୍ଧୁଛି ଭାଇ। ମୋ ଭିଣୋଇ ସବୁବେଳେ ମଦ , ଗଞ୍ଜେଇ ଖାଇ ମୋ ଭଉଣୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଅନ୍ତି । ଆଉ ଶେଷରେ ଗତକାଲି ତା ମୁହଁରେ ତକିଆ ପକାଇ ମାରିଦେଇଛନ୍ତି ମୋ ଭିଣୋଇ’ । ଏଭଳି ସ୍ପର୍ଶ କାତର ଅଭିଯୋଗ ଆସିଛି ଭଦ୍ରକ ଶାବରଙ୍ଗ ଥାନାରେ ।

ସୂଚନା ମୂତାବକ ବାହାଘରର ତିନି ବର୍ଷ ପରେ ଶାଶୁ ଘର ଲୋକେ ଝିଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ବାପା ଘର ଲୋକେ ଭଦ୍ରକ ବ୍ଲକ ଅଧିନସ୍ଥ ପଗଡ ଗ୍ରାମର ପ୍ରଭଞ୍ଜନ ଦାସ ମହାପାତ୍ର ଙ୍କୁ ଏରଡ଼ା ଗ୍ରାମର ଦେବାଶିଷ ବେହେରାଙ୍କ ଝିଅ ମଧୁସ୍ମିତା ଗତ ୨୦୨୦ ମସିହାରେ ବୈଦିକ ରିନିନୀତିରେ ବିବାହ କରିଥିଲେ ।

Advertisement

ବାପ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପର ଠାରୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ଶାଶୁ ଘର ଲୋକେ । ବିବାହ ପରେ ନିଶାରେ ବୁଡି ରହୁଥିଲା ଜ୍ୱାଇଁ ସବୁବେଳେ ଝିଅକୁ ମାଡ ମାରି ଟର୍ଚ୍ଚର କରୁଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ଆମ ଝିଅକୁ ଶାଶୁ ଘର ଲୋକେ ମିଶି ମାରିଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତ୍ୟୁ ବରଣ କରିଥିବା ମହିଳା ଙ୍କ ବାପା ଘର ଲୋକେ । ସୋମବାର ବିଳମ୍ବିତ ରାତିରେ ମଧୁସ୍ମିତାଙ୍କ ବାପଘରକୁ ଝିଅର ଦେହ ଖରାପ ନେଇ ଫୋନ କରିଥିଲେ। ବାପଘର ଲୋକ ପହଞ୍ଚିବା ପରେ ଝିଅର ମୃତ ଦେହ ଖଟ ଉପରେ ପଡିଥିଲା ତା ସହ ଫ୍ୟାନରେ ଏକ ଶାଢୀ ଝୁଲୁଥିଲା । କିନ୍ତୁ ଝିଅ ବେକରେ କୌଣସି ଦାଗ ନଥିଲା । ଏହା ସହ ଝିଅର ଦେହରେ ଅନେକ କ୍ଷତସ୍ଥାନ ଥିଲା । ଏନେଇ ପରିବାରଲୋକେ ତୁରନ୍ତ ଥାନାରେ ଅଭିଯୋଗ ଆଣିଥିଲେ । ତେବେ ଘଟଣା ସ୍ଥଳରେ ସାବରଙ୍ଗ ପୋଲିସ ପହଂଚି ଶବକୁ ଜବତ କରି ଭଦ୍ରକ ମେଡିକାଲକୁ ଆଣି ବ୍ୟବଚ୍ଛେଦ କରାଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଅଧିକ ତଦନ୍ତ କରୁଛି ସାବାରଙ୍ଗ ପୋଲିସ ।

Leave a Reply

Your email address will not be published. Required fields are marked *