Pratidin TV

Odisha's Digital News Platform

୨ ପ୍ରେମିକାଙ୍କ ପାଇଁ ସ୍ତ୍ରୀକୁ ଆନେସ୍ଥେସିଆ ଇଞ୍ଜେକସନ ଦେଇ, ଜହ୍ଲାଦ ସ୍ବାମୀ ଖେଳିଲା ପାପ ଖେଳ…

1 min read

ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ ହେଲେ ସ୍ବାମୀ ସାତ ବର୍ଷ ପାଇଁ ସାଥ୍ ଦେଲା ନାହିଁ। ସାରା ଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରିଥିବା ସ୍ବାମୀ ଶେଷରେ ପତ୍ନୀକୁ ଆନେସ୍ଥେସିଆ ଦେଇ ହତ୍ୟା କରିଛି। ପ୍ରେମ ପାଇଁ ରାକ୍ଷସ ପାଲଟିଲା ସ୍ୱାମୀ ,ଦୁଇ ପ୍ରେମିକା ସହ ମିଶି ସ୍ତ୍ରୀ କୁ ଶୁଆଦେଇଛି ମରଣ ଶଯ୍ୟାରେ ।ରାଜଧାନୀର ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଯାହାକୁ ଶୁଣିବା ପରେ ସ୍ୱାମୀ ଶବ୍ଦ ଉପରୁ ଉଠିଯାଇଛି ବିଶ୍ୱାସ ।ଜଣେ ସ୍ୱାମୀ ୨ ଜଣ ପ୍ରେମିକାଙ୍କ ପାଇଁ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କରିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ସ୍ୱାମୀ ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ। କେତେ ମାତ୍ରାରେ ଆନେସ୍ଥେସିଆ ଦିଆଗଲେ ଜୀବନ ପ୍ରତି ବିପଦ ଜାଣିଥିବାରୁ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି।

ଖବର ଅନୁଯାୟୀ, ୪ ବର୍ଷ ପୂର୍ବେ ବିଜେବି ନଗରର ଅରୁଣ ପ୍ରସାଦ ନାୟକଙ୍କ ଝିଅ ଶୁଭଶ୍ରୀ ଭୁବନେଶ୍ବରରେ ଫାର୍ମାସିଷ୍ଟ ଭାବେ କାମ କରୁଥିବା କେନ୍ଦ୍ରାପଡ଼ାର ପ୍ରଦ୍ୟୁମ୍ନଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ପ୍ରଥମେ ମନ୍ଦିର ଓ ପରେ ନୋଟାରୀରେ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ଠିକଠାକ୍ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଦ୍ୟୁମ୍ନ ଅନେକ ସମୟରେ ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ସହିତ ମାରଧର କରୁଥିଲେ। ସବୁବେଳେ ନିର୍ଯାତନାର ଶିକାର ହେଉଥିବାରୁ ଶୁଭଶ୍ରୀ ପ୍ରାୟ ୬ ମାସ ହେବ ଖୋର୍ଦ୍ଧାରେ ରହୁଥିବା ବାପା-ମାଆଙ୍କ ପାଖରେ ରହୁଥିଲେ। ଗତ ୨୭ ତାରିଖ ଦିନ ପ୍ରଦ୍ୟୁମ୍ନ ଖୋର୍ଦ୍ଧା ଯାଇ ଅନୁତାପ କରିବା ସହିତ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଆସିଥିଲେ। ସୋମବାର ଦ୍ବିପହର ସମୟରେ ଶୁଭଶ୍ରୀଙ୍କ ମାଆ ତପସ୍ବିନୀ ଫୋନ୍ କରିବାରୁ ଦୁଇ ଜଣ ଯୁବତୀ ଫୋନ୍ ଉଠାଇଥିଲେ। ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି ବୋଲି ତପସ୍ବିନୀଙ୍କୁ କହିଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା। ହେଲେ ଯୁବତୀ ଦୁଇଜଣ ଶୁଭଶ୍ରୀଙ୍କୁ କେଉଁଠାରୁ ଆଣିଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏମିତିକି ସେମାନେ ଶୁଭଶ୍ରୀଙ୍କୁ ଜାଣିନଥିବା ମଧ୍ୟ କହିଥିଲେ। ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ମାଆ ତପସ୍ବିନୀ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Advertisement

ଶବ ବ୍ୟବଚ୍ଛେଦ ବେଳେ ପୁଲିସକୁ ଚାଞ୍ଚଲ୍ୟକର ପ୍ରମାଣ ମିଳିଥିଲା। ଶୁଭଶ୍ରୀଙ୍କ ନାକରୁ ରକ୍ତ ବାହାରୁଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ସହ ତାଙ୍କ ହାତରେ ଇଞ୍ଜେକ୍ସନ ସିରିଞ୍ଜର ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଜଣ ଯୁବତୀଙ୍କ ସମ୍ପୃକ୍ତି ଥିବାରୁ ପରକୀୟା ପ୍ରୀତିରୁ ଏଭଳି ନାରକୀୟ କାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ୍‌ ପ୍ରଥମେ ଶୁଭଶ୍ରୀଙ୍କ ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ଉଠାଇ ଅଣିଥିଲା। ତାଙ୍କୁ ଜେରା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ଶୁଭଶ୍ରୀଙ୍କୁ ଆନେସ୍ଥେସିଆ ଇଞ୍ଜେକ୍‌ସିନ୍‌ ଦେଇ ହତ୍ୟା କରିବାରେ ଦୁଇ ପ୍ରେମିକା ନର୍ସ ରୋଜି ଓ ଇଜିତାଙ୍କ ହାତ ଥିବା ସ୍ପଷ୍ଟ ହୋଇଥିଲା। ଏପରିକି ସେମାନେ ସବୁ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ପୁଲିସ୍‌ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଛି।

Leave a Reply

Your email address will not be published. Required fields are marked *