Pratidin TV

Odisha's Digital News Platform

ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ଅପରାଧ ନୁହେଁ…

1 min read



ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଙ୍କ ଗୁରୁତ୍ୱ ପୁର୍ଣ୍ଣ ରାୟ । ଏଣିକି ଅନ୍ୟ ମହିଳାଙ୍କ ସହ ରହିପାରିବେ ସ୍ୱାମୀ । ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ଅଭିଯୋଗ କରିଥିଲେ ପତ୍ନୀ । ପରେ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇ ହାଇକୋର୍ଟ ଏଭଳି ରାୟ ଶୁଣାଇଥିିଲେ । ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ଅପରାଧ ନୁହେଁ ବୋଲି ମାନ୍ୟବର କୋର୍ଟ କହିଥିଲେ ।


ସାଧାରଣତଃ ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନ୍ୟ ପୁରୁଷ ବା ମହିଳାଙ୍କୁ ନେଇ କଳହ ସୃଷ୍ଟି ହୋଇଥାଏ । ଯାହାକୁ ନେଇ ଉଭୟ ଥାନା ଓ ପରେ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଆଉ ସମାଜରେ ଏଭଳି ଘଟଣାକୁ ବିରୋଦ୍ଧ ମଧ୍ୟ କରାଯାଇଥାଏ । ହେଲେ ଏପରି ଏକ ମାମଲାର ବିଚାର କରି ଦିଲ୍ଳୀ ହାଇକୋର୍ଟ ସ୍ୱାମୀଙ୍କୁ ଠିକ୍ ବୋଲି କହିଛନ୍ତି ।

Advertisement


ସୂଚନା ମୁତାବକ ଜଣେ ମହିଳାଙ୍କର ସ୍ୱାମୀ ଅନ୍ୟ ଯୁବତୀଙ୍କ ସହ ରହୁଥିବାରୁ ସେ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥଲେ । ଏହି ମାମଲାର ବିଚାର କରି କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଯଦି ଦମ୍ପତି ଜଣେ ଅନ୍ୟ ଜଣଙ୍କ ସହ ଦୀର୍ଘ ସମୟ ଧରି ନରହିଥାନ୍ତି ତେବେ ସ୍ୱାମୀ ଅନ୍ୟ ସହ ରହିଲେ ତାହା ଅପରାଧ ନୁହେଁ । କାରଣ ଅଧିକାଂଶ କ୍ଷେତ୍ରରେ ସ୍ୱାମୀ ଓ ସ୍ତ୍ରୀର ଛାଡପତ୍ର ମାମଲା ଚାଲିଥିବା ବେଳେ ଏହା ଅଧିକ ସମୟ ଲାଗୁଥିବାରୁ ଯଦି ସ୍ୱାମୀ ଯଦି ଅନ୍ୟ ମହିଳାଙ୍କ ସହ ରୁହନ୍ତି, ତାହେଲେ ଏହା ଦୋଷ ନୁହେଁ ବା ଏହା ବିରୋଧରେ କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୋର୍ଟ କହିଥିଲେ ।

Leave a Reply

Your email address will not be published. Required fields are marked *