Pratidin TV

Odisha's Digital News Platform

ଏକ ନିଆରା ପ୍ରେମ , ସ୍ତ୍ରୀ ସ୍ମୃତିରେ ବନାଇଦେଲେ ମନ୍ଦିର ।

ଆଜିକାଲିର ଯୁବପିଢୀ ପାଇଁ ପ୍ରେମ ଏକ ଟାଇମପାସ୍‌ରେ ହିଁ ରହିଯାଇଛି । ଅବିଶ୍ୱାସ , ବିଶ୍ୱାସଘାତକ ଓ ଧୋକା ମଣିଷକୁ ସର୍ମ୍ପକ ଉପରୁ ଆଶା ବିଶ୍ୱାସ ଉଠାଇଦେଇଛି । କିନ୍ତୁ ଏସବୁ ଭିତରେ ତେଲେଙ୍ଗାନାର ୱାରଙ୍ଗାଲରରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରେମ କେବଳ ଶରୀରର ନୁହଁ ବରଂ ଦୁଇ ଆତ୍ମାର ଆଉ ଜନ୍ମ ଜନ୍ମାନ୍ତରର ବୋଲି ପ୍ରମାଣ କରି ଦେଖାଇଦେଛନ୍ତି ଭେଙ୍କଟାନାରାୟଣ ।

ଠିକ୍ ବର୍ଷେ ପୂର୍ବରୁ ଭେଙ୍କେଟେଶ୍ୱର ପତ୍ନୀ ସୁଜତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଆଉ ସୁଜତାଙ୍କୁ ସେ ଏତେ ଭଲ ପାଉଥିଲେ ଯେ ତାଙ୍କ ସ୍ମୃତିରେ ଏକ ମନ୍ଦିର ବନାଇଲେ ଭେଙ୍କେଟାନାରାୟଣ । ଆଉ ସେହି ମନ୍ଦିରରେ ସ୍ତ୍ରୀଙ୍କ ମୂର୍ତ୍ତି ରଖି ପୂଜା ମଧ୍ୟ କରିଛନ୍ତି । ଆଜି ଭୈଙ୍କେଟାନାରାୟଣ ସ୍ତ୍ରୀଙ୍କ ମୃତ୍ୟୁକୁ ବର୍ଷେ ପୂରିଛି । ଏହି ଦିନରେ ସେ ସୂଜାତାଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରି ନିଜ ହାତରେ ସଜାଇ ତାକୁ ପୂଜା କରିଥିଲେ ।

Leave a Reply

Your email address will not be published. Required fields are marked *