Pratidin TV

Odisha's Digital News Platform

ସ୍ତ୍ରୀ ପାଇଁ ଭୋଜନ ତିଆରି କଲେନି ସ୍ୱାମୀ, ଦେଇଦେଲେ ଛାଡପତ୍ର..

1 min read

ଦମ୍ପତ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଛାଡପତ୍ର ହୋଇଥାଏ । ନିକଟରେ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ହେବାର ଏଭଳି କିଛି କାରଣ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି  କାରଣ ତାଙ୍କ ସ୍ୱାମୀ ମହିଳା ପ୍ରସ୍ତୁତ କରୁଥିବା ଖାଦ୍ୟ ନଖାଇ ତାକୁ ଫିଙ୍ଗି ଦେଉଥିଲେ ଏବଂ ଅଫିସ୍‌ରେ ଅନ୍ୟ ମାନଙ୍କ ଖାଦ୍ୟ ଖାଉଥିଲେ । ଏଭଳି ଅନେକ ମାମଲା ପୂର୍ବରୁ ସାମ୍ନାକୁ ଆସି ସାରିଛି । ଯାହା ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଚର୍ଚ୍ଚାର କାରଣ ପାଲଟିଛି।

ବ୍ରିଟେନରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି। ସେହି କାରଣ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିନଥିବାରୁ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ ରାତ୍ରି ଭୋଜନ ତିଆରି କରି ନଥିଲେ। ବ୍ୟକ୍ତି ଜଣକ ସେଦିନ ଛୁଟିରେ ଥିଲେ। ଘରର କାମରେ ସାହାଯ୍ୟ କରିନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଜଣକ କହିଛନ୍ତି, ଗତ କିଛି ଦିନ ହେବ ଅଫିସ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି। ଏହି ସମୟରେ ତାଙ୍କ ସ୍ୱାମୀ ଘରେ ଖାଦ୍ୟ ପ୍ରସ୍ତୁତ କରିବେ ବୋଲି କହିଥିଲେ। ୧୨ ଘଣ୍ଟା କାମ କରି ମହିଳା ଜଣକ ଘରକୁ ଫେରିବା ପରେ କିଛି ଖାଦ୍ୟ ଘରେ ପ୍ରସ୍ତୁତ ହୋଇନଥିଲା। ମହିଳା ଜଣକ ସ୍ୱାମୀଙ୍କୁ ପଚାରିବାରୁ ସେ ଉତ୍ତର ଦେଇଥିଲେ, ଇଚ୍ଛା ହେଲାନି ବୋଲି ଖାଦ୍ୟ ତିଆରି କରି ନାହିଁ । ମହିଳା ଜଣକ ଆହୁରି ମଧ୍ୟ କହିଥିଲେ, ତାଙ୍କ ସ୍ୱାମୀ ଖାଲି ସମୟରେ ଭିଡିଓ ଦେଖନ୍ତି କୌଣସି କାମରେ ସାହାଯ୍ୟ କରନ୍ତି ନାହିଁ । ତାଙ୍କୁ ଅସମ୍ମାନ କରନ୍ତି । ତେଣୁ ସେ ତାଙ୍କ ବ୍ୟବହାରରେ ବିରକ୍ତ ହୋଇ ଛାଡପତ୍ର ଦେବା ପାଇଁ ଆବେଦନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *