Pratidin TV

Odisha's Digital News Platform

ପ୍ରେମ ବିବାହର କରାଳ ରୂପ ; ବାହାଘରର ୩ ମାସରେ ସ୍ତ୍ରୀ’ କୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ସ୍ବାମୀ….

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଭଗବାନପୁର ଗାଁରେ ଚାଞ୍ଚଲ୍ୟ କର ଘଟଣା ଘଟିଛି।ସ୍ତ୍ରୀ କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଭସାଇଦେଲା ସ୍ବାମୀ। ମୃତ ମହିଳା ଜଣକ ହେଲେ ଜାଗିଲିପଦର ଗ୍ରାମର ବୁଲି ମୁଳି।

ସୂଚନା ମୁତାବକ ବୁଳିକୁ କିଛି ବର୍ଷ ହେଲା ଭଲ ପାଉଥିଲେ ପରେ ଉଭୟ ପରିବାରର ସହମତିରେ ନାରାୟଣ ମୁଳି ତିନି ମାସ ପୂର୍ବରୁ ବୁଲିକୁ ସୋରଡା ପଞ୍ଚାନନ ମନ୍ଦିର ଠାରେ ବିବାହ କରିଥିଲେ।ଗତକାଲି ବିଳମ୍ବିତ ରାତିରେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ବାମୀ ଏକ ବେଲ୍ଟ ସାହାଯ୍ୟରେ ପ୍ରଥମେ ବୁଲିର ତଣ୍ଟିକୁ ଚିପି ହତ୍ୟା କରିଥିଲା ପରେ କାନ୍ଦରେ ମୃତ ଦେହକୁ ଋଷିକୁଲ୍ୟା ନଦୀ କୂଳ କୁ ନେଇ ସେଠାରେ ଧାରୁଆ ଅସ୍ତ୍ର ରେ ସ୍ତ୍ରୀ ହାତ ଗୋଡ ମୁଣ୍ଡକୁ ଖଣ୍ଡ ଖଣ୍ଡ କରି ନଦୀରେ ଭସାଇ ପ୍ରମାଣ ନଷ୍ଟ କରିଥିଲା।

ଆଜି ପୋଲିସ ଆଗରେ ହତ୍ୟାକାରୀ ଆତ୍ମ ସମର୍ପଣ କରି ସବୁ କଥା ନେଇ ପୋଲିସ ସୂଚନା ଦେଇଛି। ଝିଅର ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ସୋରଡ଼ା ଥାନାରେ ଏନେଇ ଏତଲା ରୁଜୁ ହୋଇଛି।ପୋଲିସ୍ ଓ ଅଗ୍ନିଶମ ବାହିନୀ ର ମିଳିତ ସହଯୋଗରେ ମୃତଦେହ ଖଣ୍ଡ ଗୁଡ଼ିକୁ ଖୋଜୁଛି।

Leave a Reply

Your email address will not be published. Required fields are marked *