ବିଶ୍ୱାସ ଘାତକ ସାଜିଲା ସ୍ୱାମୀ : ଛାଡପତ୍ର ନେବା ପାଇଁ ରଚିଲା ଏଭଳି ଷଡଯନ୍ତ୍ର ..
1 min readନୂଆଦିଲ୍ଲୀ : ବିଶ୍ୱାସ ଘାତକତା କଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀଠାରୁ ହାତଛଡେଇବା ପାଇଁ ରଚିଥିଲା ମାରାତ୍ମକ ଷଡଯନ୍ତ୍ର । ନିଜ ସ୍ତ୍ରୀକୁ ନିଜେ ଏଚଆଭି ଇଞ୍ଜେକ୍ସନ ଦେଇଥିଲା । ଏହାପରେ ସ୍ତ୍ରୀକୁ ଏଡସ୍ ରୋଗୀ କହି ଛାଡପତ୍ର ଦାବିକରିଥିଲା । । ସ୍ତ୍ରୀ ଏସବୁ ଜାଣିବା ପରେ ସ୍ୱାମୀ ନାରେ ଥାନାରେ ଅଭିଯୋଗ ଆଣିଥିଲେ । ଏଭଳି ଏକ ସାଙ୍ଘାତିକ୍ ଘଟଣା ଆନ୍ଧ୍ରପ୍ରଦେଶର ତାଟୋପଲ୍ଲୀ ସହରରେ ଘଟିଛି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ କୌଣସି ବାହାନା କରି ତାଙ୍କ ପାଖରୁ ଛୁଟକାରା ଚାହୁଁଥିଲେ । ଗର୍ଭବତୀ ଥିବା ଜାଣି ମଧ୍ୟ ସେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ମେଡିକାଲ ନେଇ କଥିତ ଭାବେ ଏଚଆଇଭି ସଂକ୍ରମିତ ଇଞ୍ଜେକସନ ଦେଇଥିଲେ ।ଗର୍ଭବତୀ ଥିବା ଜାଣି ମଧ୍ୟ ସେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ମେଡିକାଲ ନେଇ କଥିତ ଭାବେ ଏଚଆଇଭି ସଂକ୍ରମିତ ଇଞ୍ଜେକସନ ଦେଇଥିଲେ ।
ତାଡେପଲ୍ଲୀ ପୋଲିସର କହିବା କଥା ଯେ ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀ ଏମ ଚରଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୋଲିସ ତାଙ୍କୁ ଗିରଫ ମଧ୍ୟ କରିସାରିଛି । ସପୃକ୍ତ ଘଟନାର ଅଧିକ ତଦନ୍ତ ପାଇଁ ପୋଲିସ ୨ଟି ଯାକ ହସ୍ପିଟାଲରେ ମଧ୍ୟ ପଚରାଉଚରା ଚଲାଇଛି । ଆବଶ୍ୟକ ପଡିଲେ ପୋଲିସ ମହିଳାଙ୍କୁ ଇଞ୍ଜେକ୍ସନ ଦେଇଥିବା ଡାକ୍ତରଙ୍କୁ ମଧ୍ୟ ଗିରଫ୍ କରିବ ।