Pratidin TV

Odisha's Digital News Platform

ଗୁଣି ସନ୍ଦେହରେ ଡବଲ ମର୍ଡର ; ସ୍ୱାମୀକୁ ହତ୍ୟା ପରେ ଗୋଡାଇ ଗୋଡାଇ ହାଣିଲେ ସ୍ତ୍ରୀକୁ …

ମୋହନା ; ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା । ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀ କୁ ବି ଛାଡିଲେଣନି ଦୁର୍ବୁତ୍ତ । ଗାଁ ସାରା ଗୋଡାଇ ଗୋଡାଇ ହାଣିଦେଲେ । ଏଭଳି ଏକ ବିଭତ୍ସ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ।

ଖବର ଅନୁଯାୟୀ ସୋମବାର ରାତି ପ୍ରାୟ ୭ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲିକ । ୨ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ର କୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ସସ୍ମିତା ଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୂର୍ବ ଶତ୍ରୁତାରୁ ଦମ୍ପତି ଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ସୋମବାର ବିଳମ୍ବିତ ରାତିରେ ଅଡବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ର ଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ କେହି ପଛପଟୁ ଗୁଳିମାଡ଼ କରିଥିଲା। ସେତେବେଳେ ସେ ଗୁରୁତର ହୋଇ ଯାଇଥିଲେ। ତେବେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ସେତେବେଳେ ତାଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲା ର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ସ୍ତ୍ରୀ ଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବାଟବଣା ହୋଇ ମଣିଷ ନିଜ ହିତାହତ ଜ୍ଞାନ ହରାଇବସିଛି । ଆଉ ବୁହାଇଚାଲିଛି ରକ୍ତର ନଦୀ ।

Leave a Reply

Your email address will not be published. Required fields are marked *