ଲଗାଣ ବର୍ଷା ଯୋଗୁଁ ଆସନ୍ତା ୨ଦିନ ଭିଜିବ ଟ୍ୱିନ୍ ସିଟି
1 min readଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁ ଟ୍ୱିନ ସିଟିରେ ଅବସ୍ଥା ବେହାଲ । ରାସ୍ତା ଘାଟ ପାଣି ଜମିବା ସହ ଉଭୟ କଟକ ଓ ଭୁବନେଶ୍ୱର ର ବସ୍ ଷ୍ଟାଣ୍ଡ ଗୁଡିକର ଅବସ୍ଥା ନ କହିଲେ ଚଳେ । ପ୍ରାୟ ସମସ୍ତ ବସ୍ ଷ୍ଟାଡ ଗୁଡିକ ମଧ୍ୟରେ ଆଣ୍ଠୁଏ ଲେଖାଏ ପାଣି । ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ଲଗାଣ ବର୍ଷା ଯୋଗୁୁଁ ଆସନ୍ତା ୨ ଦିନ ୧୭ ଓ୧୮ ତାରିଖ ଯାଏ ଭିଜିବ ଟ୍ୱିନ ସିଟି ।
ତେବେ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ତ୍ରୀବବ୍ରରୁ ଅତି ତ୍ରୀବ୍ର ବର୍ଷା ହେବାର ଆଶଙ୍କା ଅଛି । ଏହା ସହ ତଳୁଆ ଅଚଂଳରେ ପାଣି ଜମିବା ନେଇ ସୂଚନା ଦିଆଯାଇଛି । ବର୍ଷା ଜଳ ଜମିବା ସହ ଯାତାୟତ ଓ ଯୋଗାଯୋଗରେ ସମସ୍ୟା ଉପୁଜିପାରେ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ ।