Pratidin TV

Odisha's Digital News Platform

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ

1 min read

ନୂଆଦିଲ୍ଲୀ:ଗତ ସପ୍ତାହରେ ହାଇଦ୍ରାବାଦର ଜୁବୁଲି ହିଲ୍ସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ତେଲେଙ୍ଗାନା ପୋଲିସ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି । ଏହି ମାମଲାରେ ସନ୍ଦିଗ୍ଧ ସାଦୁଦ୍ଦିନ ମଲିକଙ୍କୁ ପୋଲିସ ଗିରଫ କରିଛି । ଏଥିସହ ପୋଲିସ କହିଛି ଯେ ଏହି ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି । ସିସିଟିଭି ଫୁଟେଜ ଏବଂ ପୀଡିତାଙ୍କ ବିବୃତ୍ତି ଆଧାରରେ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡିତା ଅଭିଯୁକ୍ତଙ୍କ ବିଷୟରେ ଅଧିକ କିଛି ଜାଣି ନଥିଲେ। ସେ କେବଳ ଜଣେ ଅଭିଯୁକ୍ତଙ୍କ ନାମ ଜାଣିଥିଲେ । ଏହା ପରେ ସମସ୍ତଙ୍କୁ ଧରିବା ପାଇଁ ତୁରନ୍ତ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସିସିଟିଭି ଫୁଟେଜ୍ ଉଦ୍ଧାର କରାଯାଇଛି । ପୋଲିସ ଜଣେ ନାବାଳକ ଅଭିଯୁକ୍ତକୁ ଚିହ୍ନଟ କରିଛି । ଏହା ସହିତ ସେ ଯେଉଁ ସ୍ଥାନରେ ଲୁଚି ରହିଥିଲେ ସେହି ସ୍ଥାନ ବାବଦରେ ପୋଲିସ ଜାଣିବାକୁ ପାଇଛି ।

Advertisement

ସୂଚନା ଅନୁସାରେ ୧୭ ବର୍ଷୀୟ ପୀଡିତା ଜଣକ ମେ ୨୮ରେ ଏକ ପାର୍ଟି ପରେ ଘରକୁ ଫେରୁଥିଲେ । ହାଇଦ୍ରାବାଦ ଜୁବୁଲି ହିଲ୍ସ ଅଞ୍ଚଳରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପୀଡିତାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଉପରେ ପୋଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪, ୩୨୩ ଏବଂ ପୋକ୍ସୋ ଆକ୍ଟର ଧାରା ୯ ଏବଂ ୧୦ ଅଧୀନରେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *