ବାପ ଝିଅ ସମ୍ପର୍କରେ କଳଙ୍କର ଦାଗ,ନାବାଳିକା ଝିଅକୁ ଦୁଷ୍କର୍ମ କରି ୨୦ ବର୍ଷ ଜେଲ ଦଣ୍ଡାଦେଶ ଭୋଗିଲା ବାପା…
1 min read
ବାପା ମା ହେଉଛନ୍ତି ଦେବତା ସମାନ । ସେମାନେ ନିଜ ସନ୍ତାନ ପାଇଁ ସବୁବେଳେ ମଙ୍ଗଳ କାମନା କରିଥାନ୍ତି । ନିଜେ ଦୁଃଖରେ ରହି ପିଲା ମାନଙ୍କ ଇଚ୍ଛାକୁ ପୂରଣ କରିଥାନ୍ତି । ପିଲାମାନଙ୍କର ସବୁ ଅଳି ଅଝଟ ସହି ସେମାନଙ୍କୁ ସ୍ନେହ କରିଥାନ୍ତି । ହେଲେ ଆଜି ଆମେ ଏମିତି ଜଣେ ବାପାଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ବାପା ନାଁରେ ଜଣେ କଳଙ୍କ । କାରଣ ନିଜ ନାବାଳିକ ଝିଅକୁ ଦୁଷ୍କର୍ମ କରି ବାପା ଝିଅ ସମ୍ପର୍କକୁ କଳଙ୍କିତ କରିଛି । ଆଉ ଏହି ଅଭିଯୋଗରେ ଅଭିଯୁକ୍ତ ବାପା ୨୦ ବର୍ଷ ଜେଲ ଦଣ୍ଡାଦେଶ ଭୋଗିଛି ।
ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ଘରେ ସ୍ତ୍ରୀ ନଥିବା ସମୟରେ ବାପା ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିଥିଲେ ଅଭିଯୁକ୍ତଙ୍କ ସ୍ତ୍ରୀ । ତେବେ ଆବେଦନ କାରୀ ମହିଳା ୨୦୦୮ ମସିହରେ ଅଭିଯୁକ୍ତଙ୍କୁ ବିବାହ କରିଥିଲେ । ଆଉ ସେମାନଙ୍କର ୪ଟି ପୁଅ ଓ ୨ଟି ଝିଅ ଥିଲେ । ହେଲେ ଅଭିଯୁକ୍ତ ଜଣକ ସବୁବେଳେ ମଦ୍ୟପାନ କରୁିଥିବା ଯୋଗୁଁ ସ୍ତ୍ରୀ ବାହାରେ ଭିକ୍ଷାବୃତି କରନ୍ତି ।
ସୂଚନା ମୁତାବକ ସେଦିନ ମହିଳା ଜଣକ ତାଙ୍କର ୨ ଟି ସନ୍ତାନଙ୍କୁ ଧରି ଭିକ୍ଷାବୃତ୍ତି କରିବା ପାଇଁ ଯାଇଥିଲେ । ଏପଟେ ମହିଳାଙ୍କର ବଡ ଭଉଣୀ ସେହି ପାଖପାଖି ରହୁଥିଲେ । ଯେତେବେଳେ ସେ ଘର ମାଲିକଙ୍କୁ ଭଡା ପଇସା ଦେବାକୁ ଯାଇଥିଲେ । ସେତେବେଳେ ଅଭିଯୁକ୍ତ ବାପା ତାର ୧୦ ବର୍ଷର ଝିଅ ସହିତ ଦୁଷ୍କର୍ମ କରୁଥିଲା । ଏହା ଦେଖି ମହିଳା ଜଣଙ୍କ ଶୀଘ୍ର ଯାଇ ପୋଡଶୀ ଲୋକଙ୍କୁ ଡାକି ଆଣିଥିଲେ । ତେବେ ଘରର କବାଟ ବନ୍ଦ ଥିବା ବେଳେ ସେମାନେ କବାଟ ଭାଙ୍ଗି ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ପିଡିତାର ମା’ ଘଟଣା ସମ୍ପର୍କରେ ଜାଣି ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପା ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା । ତେବେ ସୈତାନ ବାପାର ଏଭଳି ଘୃର୍ଣ୍ଣ କାଣ୍ଡ ପାଇଁ କୋର୍ଟ ତାଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।