ମୈଦାନରେ ଧୋବି ପଛାଡ ମାଡ଼….ରେକର୍ଡ କଲା ହାଇଦ୍ରାବାଦ…..୧୧ ବର୍ଷର ବାଙ୍ଗଲୋର ରେକର୍ଡ ଭାଙ୍ଗିଲା
1 min readIPL ରେ ନୂଆ ରେକର୍ଡ | ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ | IPL ଇତିହାସରେ ସର୍ବାଧିକ ରନ ହାସଲକାରୀ ଦଳ ଵାଣିଚି ହାଇଦ୍ରାବାଦ | ବାଙ୍ଗଲୋରର ସର୍ବାଧିକ ୨୬୩ ରନର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ | ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦ ୨୭୭ ରନ କରି ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନରେ କରିଛି ପରାସ୍ତ |
ଗତକାଲି IPLରେ ରୋମାଞ୍ଚକ ମ୍ୟାଚ ଦେଖିବାକୁ ପାଇଥିଲେ ଦର୍ଶକ | ୨୦୧୩ରେ RCB ୨0 ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା | ୧୧ ବର୍ଷ ପରେ ଗତରାତିରେ ହାଇଦ୍ରାବାଦ ଉକ୍ତ ରେକର୍ଡ ଭାଙ୍ଗିଦେଇଛି | ତେବେ ସନରାଇଜର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଗତ ରାତିରେ ହୋଇଥିଲା | ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ଟାର୍ଗେଟ ଥିଲା ୨୭୮ ରନ | ହାଇଦ୍ରାବାଦର ମାତ୍ର ୪ ବ୍ୟାଟ୍ସମ୍ୟାନ ଆଧାରରେ ଏହି ବିଶାଳ ସ୍କୋର ହୋଇଛି | ଯାହା ବହୁତ ଆଶ୍ଚର୍ଯ୍ୟ ଥିଲା |
ହାଇଦ୍ରାବାଦ ପକ୍ଷରୁ ଓପେନିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଖେଳଲ୍ଲୀ ଟ୍ରାଭିସ ହେଡ଼ ଦଳକୁ ଦମଦାର ଷ୍ଟାର୍ଟ କରିଥିଲା | ଟ୍ରାଭିସ ହେଡ୍ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଥିଲା ।
ଶେଷରେ ଆଡମ ମାର୍କ୍ରମ ଓ ହେନରିଚ୍ କ୍ଳାସନ ମଧ୍ୟରେ ଦମଦାର ପାର୍ଟନରସିପ୍ ହୋଇଥିଲା। ଦୁଇ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ହାଇଦ୍ରାବାଦରେ ସ୍କୋର ୨୭୭ରେ ପହଞ୍ଚାଇଥିଲେ। ମାର୍କ୍ରମ ୨୮ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନର ବିସ୍ଫୋରକ ଇଂନିସ ଖେଳିଥିଲେ। କ୍ଳାସନ ୩୪ ବଲରୁ ୪ଟି ଚୌକା ଓ ୭ଟି ବିଶାଳ ଛକା ସହାୟତାରେ ଅବିଶ୍ୱସନୀୟ ୮୦ ରନର୍ ଇଂନିସ ଖେଳିଥିଲେ। ଏହି ଦୁହେଁ ମୈଦାନରେ ମୁମ୍ବାଇ ଉପରେ ପଡ଼ିଥିଲେ ଭାରି |
ଅନ୍ୟପଟେ ମୁମ୍ବାଇର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯୁବ ବୋଲର ମଫାକା ୪ ଓଭରରେ ସର୍ବାଧିକ ୬୬ ରନ ବ୍ୟୟ କରିଥିଲେ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬, ଜଶପ୍ରୀତ ବୁମରା ୪ ଓଭରରେ ୩୬, କଟଜି ୪ ଓଭରରେ ୫୭ ରନ ବ୍ୟୟ କରିଥିଲେ ।