Pratidin TV

Odisha's Digital News Platform

(ଭିଡିଓ)ଭାଇରାଲ ହେଲେ ପୋଲିସ ଦମ୍ପତ୍ତି ; ଏମିତି ପ୍ରି ୱେଡିଙ୍ଗ ଭିଡିଓ କେଉଁଠି ଦେଖିନଥିବେ…

1 min read

ନୂଆଦିଲ୍ଲୀ : ନିଜ ବିବାହକୁ ସ୍ମରଣୀୟ ରଖିବା ପାଇଁ ଅନେକ ଲୋକ ନିଆରେ ଢଙ୍ଗରେ ଏହାକୁ ମନେଇଥାନ୍ତି । ପ୍ରି ୱେଡିଙ୍ଗ , ପୋଷ୍ଟ ୱେଡିଙ୍ଗ ଭଳି ଫଟୋସୁଟ୍ କାର୍ଯ୍ୟକ୍ରମ ରଖିଥାନ୍ତି । ଯାହାକି ତାଙ୍କ ବିବାହ ପରେ ମଧ୍ୟ ତାଙ୍‌କ ଖୁସିର ମୁହୁର୍ତ୍ତକୁ ସ୍ମରଣୀୟ ରଖିବ । କିନ୍ତୁ ନିକଟରେ ଦୁଇ ପୋଲିସ ଅଫିସର ନିଜ ବିବାହକୁ ସ୍ମରଣୀୟ ରଖିବା ପାଇଁ ନିଜର ପ୍ରି ୱେଡିଙ୍ଗ ଭିଡିଓ ଟିକୁ ପୁରା ହଟ୍‌କେ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଖୁବ୍ ଚର୍ଚ୍ଚାରେ ଅଛି ।

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇଜଣ ପୋଲିସ ଅଧିକାରୀ ପୋଲିସ ଗାଡ଼ିରୁ ଓହ୍ଲାଇ ପୋଲିସ ଷ୍ଟେସନକୁ ଏଣ୍ଟ୍ରି ମାରୁଛନ୍ତି । ଶରୀରରେ ରହିଛି ପୋଲିସ ବର୍ଦ୍ଦି । ଫିଲ୍ମ ଷ୍ଟାଇଲ୍ରେ ଉଭୟ ଗାଡ଼ିରୁ ଓହ୍ଲାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ସାଉଥ୍ ମ୍ୟୁଜିକ୍ ସାଙ୍ଗକୁ ଉଭୟଙ୍କ ଏଣ୍ଟ୍ରି ଖୁବ୍ ଆକର୍ଷଣୀୟ ମଧ୍ୟ ରହିଛି ।

କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ କ୍ରୋଧିତ ହୋଇଛନ୍ତି। ଲୋକମାନେ କହିଛନ୍ତି ଯେ ପୁଲିସ୍ ସେମାନଙ୍କର ବ୍ୟକ୍ତିଗତ ଭିଡିଓ ପାଇଁ ବର୍ଦ୍ଦି ସହ ପୁଲିସ ଗାଡି ବ୍ୟବହାର କରିବା ଉଚିତ୍ ନୁହେଁ। ଅନ୍ୟପଟେ ଆଇପିଏସ୍ ଅଧିକାରୀ ସିଭି ଆନନ୍ଦ ଏହି ଭିଡିଓକୁ ସୁଟ୍ କରିଥିବା ଦମ୍ପତିଙ୍କ ପାଇଁ ଏକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଦମ୍ପତିଙ୍କ ଉତ୍ସାହ ଏବଂ ସେମାନଙ୍କ ୟୁନିଫର୍ମ ପ୍ରତି ଭଲପାଇବା ପ୍ରଶଂସନୀୟ । ହେଲେ ଭିଡିଓଟି ବିବାହ ପାଇଁ ପ୍ରସ୍ତୁତ ହେବା ଲଜ୍ଜାଜନକ।

Leave a Reply

Your email address will not be published. Required fields are marked *