Pratidin TV

Odisha's Digital News Platform

ମୁଁ କହିଥିଲି ଓଡ଼ିଶାର ପରିବର୍ତ୍ତନ କେନ୍ଦ୍ରାପଡ଼ା ରୁ ହିଁ ହେବ, ସତ ହେଲା – ବୈଜୟନ୍ତ ପଣ୍ଡା

1 min read

କେନ୍ଦ୍ରାପଡାରେ ବିପୁଳ ବିଜୟ ପରେ ନବନିର୍ବାଚିତ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଜନତାଙ୍କୁ ଜଣାଇଛନ୍ତି କୃତଜ୍ଞତା | କେନ୍ଦ୍ରାପଡାରେ ଡବଲ ଇଞ୍ଜିନ ସରକାର ଓଡିଶାକୁ ୨ ଗୁଣ ବେଗରେ ଆଗକୁ ବଢାଇବା ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି | ତେବେ କେନ୍ଦ୍ରାପଡାଵଲୋକସଭା ଆସନରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ଅଧିକ ଭୋଟରେ ହରାଇବା ପରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ ସାଂସଦ ବୈଜୟନ୍ତ |

ଶୋଭାଯାତ୍ରାରେ ବାଜା ଓ ଡିଜେ ଆଦି ବଜାଇ କେନ୍ଦ୍ରାପଡା ସହରର ଦୁହୁରିଆ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ୨0 କିମି ଯାଏଁ ଏହି ଶୋଭାଯାତ୍ରା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ଶେଷ ହୋଇଥିଲା | ତେବେ ଦର୍ଶନ କରି ସାରିବା ପରେ ସାଂସଦ ବୈଜୟନ୍ତ ପଣ୍ଡା ଗଣମାଧ୍ୟମକୁ କହିଥିଲେ, ଓଡ଼ିଆ ଅସ୍ମିତା ଉପରେ ଯେଉଁ ଆଞ୍ଚ ଆସିଲା ତାହା କେନ୍ଦ୍ରାପଡାରେ ବହୁ ଦେଖିବାକୁ ମିଳିଛି ତାହା ଆମେ ଏଥର ସୁଧାରି ଦେବୁ | ସେ ଆହୁରି କହିଥିଲେ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ କେନ୍ଦ୍ରାପଡ଼ାରୁ ଆରମ୍ଭ କରିବାକୁ ପଡିବ ଏବଂ ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ପରିବର୍ତ୍ତନ ହେଲା ଏବଂ ଓଡ଼ିଶାରେ ମଧ୍ୟ ଏହା ପରିବର୍ତ୍ତନ ହେଲା |

Advertisement

Leave a Reply

Your email address will not be published. Required fields are marked *