ଆଇ. ଟି. ଆଇ ଛାତ୍ରଙ୍କ ନିଆରା ପ୍ରୟାସ, ଇଣ୍ଡିଗୋକୁ କରିଦେଲେ ହେଲିକପ୍ଟର…
1 min readଇଣ୍ଡିଗୋ କାର କିନ୍ତୁ ଦେଖିବାକୁ ଅବିକଳ ହେଲିକପ୍ଟର ଭଳି । ଏହା ରାସ୍ତାରେ ଯାଉଥିବା ହେଲିକପ୍ଟର । ଆଜି କାଲି ବିବାହ କାର୍ଯ୍ୟରେ ଭିନ୍ନଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତ ଛତିଆନା ଗ୍ରାମର ମାନସ ରଂଜନ ସ୍ୱାଇଁ ନିଜେ ଏକ ଇଣ୍ଡିଗୋ କାରକୁ ହେଲିକପ୍ଟର ଆକୃତି ଦେଇ ଚର୍ଚ୍ଚାରେ । ଏହି କାର ନାମ ରଖିଛନ୍ତି “ଦୁଲହନ ଚଲି ଶଶୁରାଲ ।
ତେବେ ନିଜର ଆଇ. ଟି. ଆଇ ପାଠ ପଢା ସମ୍ପର୍ଣ୍ଣ ପରେ ନିଜେ ରୋଜଗାର କରିବା ପାଇଁ ଏକ ଇଣ୍ଡିଗୋ ଗାଡି କିଣିଥିଲେ । କିନ୍ତୁ ପରିବର୍ତନ ଦୁନିଆଁରେ ବାହାଘର ସେତେ ଚାହିଦା ନ ହେବାରୁ ସେହି ଇଣ୍ଡିଗୋ ଗାଡିକୁ ନିଜ ଇଚ୍ଛା ଶକ୍ତି ଦ୍ୱାରା ହେଲି କପ୍ଟର ଆକୃତି ଦେଇଛନ୍ତି । ୟୁ ଟ୍ୟୁବ ରୁ ଦେଖି ଇଣ୍ଡିଗୋ ଗାଡିକୁ ହେଲିକପ୍ଟର ଆକୃତି ଦେବା ପାଇଁ ମନସ୍ତ କରିବା ପରେ ନିଜେ ଡାଇଗ୍ରାମ ପ୍ରସ୍ତୁତ କରିଥିଲେ । ଆଉ ନିକଟରେ ଥିବା ଦୋକାନରେ ଚାରୀ ମାସ ଉଦ୍ୟମରେ ୨ଲକ୍ଷ ୮୦ହଜାର ଟଙ୍କା ବ୍ୟୟ କରି ଇଣ୍ଡିଗୋ ଗାଡିକୁ ହେଲିକପ୍ଟର ର ରୂପ ଦେଇଛନ୍ତି । ପରେ ସେଥିରେ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟି ମଧ୍ୟ ଲଗାଇଛନ୍ତି । ସେହିଭଳି ଗାଡି ବର୍ଣ୍ଣଟେକୁ ସ୍ୱତନ୍ତ୍ର ଡିଜାଇନ କରିବା ସହ ଉପରେ ଫ୍ୟାନ ଓ ପଛରେ ଫ୍ୟାନ ଲଗାଇଛନ୍ତି । ଯାହାକି ଏକ ହେଲିକପ୍ଟର ଭ୍ରମ ସୃଷ୍ଟି କରୁଛି । ତେବେ ମାନସ ମାର୍କେଟର ଚାହିଦା ଦେଖି କିଛି ନୂଆ ଚିନ୍ତାଧାରାରେ ଇଣ୍ଡିଗୋ କୁ ହେଲିକପ୍ଟର ଆକୃତି ଦେଇ ଥିବାରୁ ଗାଡିକୁ ଦେଖିବାକୁ ବିଭିନ୍ନ ଅଞ୍ଚଳ ଲୋକେ ଆସୁଛନ୍ତ ।ଏହି ଆତ୍ୟାଧୁନିକ ଚିନ୍ତାଧାରା ହେଲିକପ୍ଟର ଆଗାମୀ ବାହାଘର ତିଥି ରେ ଯୁବ ପୀଢ଼ି ଙ୍କ ବେଶ ପସନ୍ଦ ହେବ ବୋଲି ଆଶା ରଖିଛନ୍ତି ସେ ।