Pratidin TV

Odisha's Digital News Platform

(video)ଦଳରେ ରହିବି ପୁଅ ପାଇଁ ପ୍ରଚାର କରିବି : ସୁର ରାଉତରାୟ ..

1 min read

ବାପା ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ପୁଅ। ଯାହାକୁ ନେଇ ରାଜନୀତି ପରିବାର ଭିତରେ ଛନ୍ଦି ହୋଇପଡିଛନ୍ତି । ଆଉ ସେଥିପାଇଁ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ ଏକ ସଭାରେ ପୁଅଙ୍କୁ ଭୋଟ ଦେବାକୁ କହିଥିବାକୁ ନେଇ ଦଳ ପକ୍ଷରୁ ନୋଟିସ୍‌ ମିଳିବା ପରେ ଏବେ ମୁହଁ ଖୋଲିଛନ୍ତି ସୁର । ସୁର କହିଛନ୍ତି, ମୁଁ କୌଣସି ଦଳ ପକ୍ଷରୁ ପ୍ରଚାର କରିନାହିଁ କିମ୍ବା ଚିହ୍ନ ନେଇ ଯାଇନାହିଁ। ଏହାସତ୍ତ୍ୱେ ମୋତେ କାହିଁକି ଗଲ ବୋଲି ନୋଟିସ୍‌ ହେଉଛି। ନୋଟିସ୍‌ ପାଇଁ କ’ଣ ମୋ’ ପୁଅକୁ ପୁଅ ବୋଲି କହିବି ନାହିଁ। ମୁଁ ଦଳରେ ଅଛି, କାଲି ରହି ନ ପାରେ। ମୋତେ ପଚରାଯାଉଛି ପୁଅଙ୍କୁ ଟିକେଟ ଦେବାକୁ ମୁଁ କାହିଁକି କହିଲି। ମୁଁ ସିନା ଦଳ ଧରି ବୁଲି ପାରିବିନି, ଚିହ୍ନ ଧରି ବୁଲିପାରିବିନି, ଦଳର ରାଲିକୁ ଯିବିନାହିଁ। ହେଲେ ମୋ’ ପୁଅ ପାଇଁ କ’ଣ ପ୍ରଚାର କରିବି ନାହିଁ। ଏଗୁଡ଼ାକ କିଭଳି କଥା। ଯଦି ଦଳରୁ ବହିଷ୍କାର କରିବେ କରନ୍ତୁ। ମୁଁ ଜଣେ ଶତ ପ୍ରତିଶତ କଂଗ୍ରେସ କର୍ମୀ। ଦଳକୁ ତିଳେମାତ୍ର ଅବହେଳା କରି ନ ପାରେ। ହେଲେ ସସ୍‌ପେଣ୍ଡ ଭୟରେ ମୋ ପୁଅକୁ କ’ଣ ପୁଅ ବୋଲି କହିବି ନାହିଁ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହେବା ପରେ ସୁରଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରକାଶ ଥାଉ କି, ନିର୍ବାଚନ ଦୃଷ୍ଟିକୋଣରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗୁରୁତ୍ୱ ଅଧିକ। ବିଜେଡି ଲୋକସଭା ନିର୍ବାଚନ ପାଇଁ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଆଉ ଅନ୍ୟପଟେ ବିଜେପି ପୁଣିଥରେ ନିଜର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ଦେଇଛି । ତେଣୁ କାହା ଉପରେ ଏଥର ଭୁବନେଶ୍ୱର ଭୋଟର ଭରସା କରୁଛନ୍ତି ତାହା ଦେଖିବା ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *