Pratidin TV

Odisha's Digital News Platform

ତୋ ଭାଇକୁ ସମ୍ଭାଳେ ମୁଁ ଆଉ ଫେରିବିନି: ୮ ବର୍ଷର ଲିଭ୍ ଇନ୍ ସମ୍ପର୍କ ପରେ ଭାଉଜର ଧମକ, ଦେଖନ୍ତୁ ଭିଡିଓ

1 min read

ଭୁବନେଶ୍ୱର: ଆଜିକା ସମୟରେ ସମ୍ପର୍କ ବହୁତ ଶସ୍ତା ହୋଇଗଲାଣି । ଏହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଯୁବକ-ଯୁବତୀ ଲିଭ୍‌ଇନରେ ୮ ବର୍ଷ ରହିଥିଲେ । ଉଭୟଙ୍କର ଝିଅଟିଏ ମଧ୍ୟ ରହିଛି । ହେଲେ ଦୁଇ ବର୍ଷର ଝିଅ ଆଉ ସ୍ୱାମୀକୁ ଛାଡି ବର୍ତ୍ତମାନ ବିବାହ କରିବାକୁ ଯାଉଛି । ୮ ବର୍ଷ ଧରି ଉଭୟ ହାଇଦ୍ରାବାଦରେ ଲିଭ୍ ଇନରେ ରହିଥିଲେ ।

ଚାକିରି ଯିବା ପରେ ଉଭୟ ଭୁବନେଶ୍ୱର ଆସିଥିଲେ । ଝିଅର ପରିବାର ଲୋକ ପୁଅ ଘର ଲୋକଙ୍କୁ ଧମକ ଚମକ ଦେବା ସହିତ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ଆସିଛି । ଦୁଇରୁ ଅଢେଇ ମାସ ହେଲାଣି ଝିଅକୁ ମଧ୍ୟ ଦେଖିନଥିବା ନେଇ ଯୁବକ ଜଣଙ୍କ କହିଛନ୍ତି । ଏହା ସହିତ ପୁଅର ଭଉଣୀଙ୍କୁ ଝିଅ ନିଜେ ଧମ ଦେଇଛି । ତୋ ଭାଇକୁ ତୁମେ ମାନେ ସମ୍ଭାଳ । ମୁଁ ଆଉ ତା ପାଖକୁ ଫେରିବିନି । ଏଭଳି କହିବା ସହିତ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପୁଅର ଭଉଣୀ । ଦେଖନ୍ତୁ ଭିଡିଓ…

Advertisement

Leave a Reply

Your email address will not be published. Required fields are marked *