Pratidin TV

Odisha's Digital News Platform

ଭାରତୀୟ ବାୟସେନା ଉପରେ ସାଇବର ଆଟାକ୍ , ଇମେଲ ପଠେଇ ହ୍ୟାକର୍ସ ଚୋରାଇ ବାକୁ ଚାହୁୁଁଥିଲା ଜରୁରୀ ଡାଟା ..

1 min read

ଏବେ ସାଇବର ହ୍ୟାକରଙ୍କ ଟାର୍ଗେଟ ବାୟୁସେନା ଉପରେ । ଭାରତୀୟ ଇଣ୍ଟରନାଲ କମ୍ପ୍ୟୁଟର ସିଷ୍ଟମ କୁ ହ୍ୟାକର ମାନେ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବାୟୁସେନାର ଗୁପ୍ତତଥ୍ୟ ଗୁଡିକୁ ଚୋରି କରିବା । ତେବେ ନିଜର ପ୍ଲାନରେ ଫେଲ୍ ମାରିଛନ୍ତି ସାଇବର ହ୍ୟାକର । ତେବେ ଏହି ସାଇବର ହ୍ୟାକର୍ସ କିଏ ଓ କାହିିଁକି ଏପରି କରୁଥିଲା ତାହା ଜଣାପଡିନାହିଁ । ହ୍ୟାକର୍ସ ଗୁଗୁଲର ପ୍ରୋଗାମିଂ ଲାଙ୍ଗୁଏଜ ସାହାଯ୍ୟରେ କାରାଯାଇଥିବା ଓପନସୋର୍ସରେ ମାଲେୱେରର ଏହି ସାଇବର ଆଟାକ୍ କରିଥିଲେ ।

ତେବେ ବାୟୁସେନାର ଜରୁରୀ ସୂଚନା ଚୋରି କରିବାରେ ହ୍ୟାକର୍ସ ସଫଳ ହୋଇପାରିନାହିଁ । କୌଣସି ଡାଟା ଗାଏବ ହୋଇପାରିନି । ଆମେରିକାର ଏକ ସାଇବର ଥ୍ରେଟ୍ ଇଣ୍ଟେଲିଜେନ୍ସ କମ୍ପାନୀ ହେଉଛି cyble। ଏହାକୁ ୧୭ ଜାନଆରୀ ୨୦୨୪ ରେ ଗୋ ଷ୍ଟିଲରେ ମାଲେୱେରର ଭାରିଅଣ୍ଟ ମିଳିଥିଲା । ତେବେ ଏହା ସ୍ପଷ୍ଟ ହୋଇନି ଯେ ଏହି ଚେଷ୍ଟା କେବେ କରାଯାଇଥିଲା । ତେବେ ବାୟୁସେନା ପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିଛ ଫାୟାରୱାଲ ସିଷ୍ଟମ ରହିଛି ଯାହାକି ଡାଟା ଚୋରିକୁ ରୋକି ପାରିବ ।

Advertisement

Leave a Reply

Your email address will not be published. Required fields are marked *