Pratidin TV

Odisha's Digital News Platform

IAS ଆଶାୟୀଙ୍କ ମୃତ୍ୟୁ , ବନ୍ଧା ହେଲା କୋଚିଂ ସେଣ୍ଟର ମାଲିକ ..

 ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ଜୀବନ ନେଲା ବର୍ଷା ଜଳ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟରର ତଳ ମହଲାରେ ପଶିଲା ଡ୍ରେନ ପାଣି । ଫଳରେ 3 ଜଣ ଛାତ୍ରୀଙ୍କ ମୃତ୍ୟୁ ହେବା ଘଟଣା ଏବେ ତୀବ୍ର ରୂପ ନେବାରେ ଲାଗିଛି । ମୃତ 3 ଛାତ୍ର ଛାତ୍ରୀ  ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ତିନି ଜଣ ଛାତ୍ର ଛାତ୍ରୀଙ୍କ ମୃତଦେହ   ତଳ ମହଲାରୁ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର କରି ଚିହ୍ନଟ କରାଯାଇଛି । ମୃତ ଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ ଡାଲଭିନ (କେରଳ) ବୋଲି ଜଣାପଡ଼ିଛି।  ତେବେ ଏହି ଘଟଣାରେ  ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ପୁଲିସ ଏକ ଅପରାଧିକ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *