Pratidin TV

Odisha's Digital News Platform

ପରିଶ୍ରମ ଆଗରେ ହାରମାନିଲା ପରିସ୍ଥିତି : ଛେଳି ଚରାଳିଙ୍କ ପୁଅ ବନିଲେ IAS ଅଫିସର

1 min read

ନୂଆଦିଲ୍ଲୀ : ଆପଣମାନେ ଅନେକ ଆଇଏସ୍ ଓଏସ୍ ମାନଙ୍କ ଅନୁପ୍ରେରିତ କାହାଣୀ ଶୁଣିଥିବେ । କିନ୍ତୁ ବିବାହରର ମୁଜାଫରପୁର ଜିଲ୍ଲାରେ ରହୁଥିବା ବିଶାଲ କୁମାରଙ୍କ କାହାଣୀ କିଛି ଅଲଗା । ୨୦୦୮ ମସିହାରେ ବିଶାଲଙ୍କ ମୁଣ୍ଡଉପରୁ ହଟିଗଲା ବାପାଙ୍କ ହାତ , ରାସ୍ତା ଆରମ୍ଭ ନହେଉଣୁ ପୁଅ ଓ ସ୍ତ୍ରୀକୁ ଏକା କରି ଆର ପାରିକି ଚାଲିଗଲେ ବାପା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳିବା ସହ ପରିବାରର ପ୍ରତି ପୋଷଣ କରୁଥିଲେ ।

ବିଶାଲ ଜଣେ ଗରୀବ ଶ୍ରେଣୀର ପୁଅ ହୋଇଥିଲେ ମଧ୍ୟ ବନିଛନ୍ତି ଆଇଏସ୍ ଅଫିସର । ବିଶାଲଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦେଖି ଜଣେ ଶିକ୍ଷକ ତାଙ୍କ ପାଠପଢ଼ା ଦାୟିତ୍ୱ ବହନ କରିଥିଲେ ।ଏମିତିକି ସେମାନଙ୍କ ଆର୍ଥିକ ସଙ୍କଟ ସମୟରେ ବିଶାଳଙ୍କୁ ନେଇ ନିଜ ଘରେ ରଖିବା ସହ ସମସ୍ତ ପଢ଼ା ଖର୍ଚ୍ଚ ବହନ କରିଥିଲେ । ଯାହା ଫଳରେ ବିଶାଲ ଆଜି IAS ହୋଇଥିବା କହିଛନ୍ତି ।

ୟୁପିଏସସିର ସିଭିଲ ସର୍ଭିସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ଦେଶର ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା ଆଇଏସ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି ବିଶାଲ । ବିହାରର ମୁଜାଫରପୁର ଜିଲ୍ଲାରେ ରହୁଥିବା ବିଶାଲ କୁମାର UPSC ପରୀକ୍ଷାରେ ୪୮୪ ରାଙ୍କରେ ରହିଛନ୍ତି । ତାଙ୍କର ଏହି ସଫଳତା ପରେ ପୁରାଗାଁରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *