Pratidin TV

Odisha's Digital News Platform

ସାବାସ୍ IAS ମ୍ୟାଡାମ୍ ; ରାସ୍ତାରେ ବସି ଶୁଣିଲେ ବୃଦ୍ଧଙ୍କ ସମସ୍ୟା..

1 min read

ପ୍ରୟାଗରାଜ୍ : ଦେଶର ସବୁଠୁ କଠିନ ପରୀକ୍ଷା ଆଇଏସ୍‌ର ହୋଇଥାଏ । ତେବେ ଏହି ସ୍ଥାନରେ ପହଞ୍ଚିବା ପାଇଁ ଅନେକ ଆଶାୟୀ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଖୁବ୍ କମ୍ ଏହାର ଶେଷ ପର୍ଯ୍ୟନ୍ତ ତିଷ୍ଠି ପାରନ୍ତି । ଏବଂ ଶେଷରେ ସଫଳତା ଏକ ସୁଖଦ ଆଶ୍ଚର୍ଯ୍ୟଜନକ ଖବର ଭାବରେ ଆସିଥାଏ । ଏବେ ନିକଟରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ଯୁବ ଆଇଏସ ମ୍ୟାଡମଙ୍କର ଚାରିଆଡେ ଚର୍ଚ୍ଚା ଚାଲିଛି ।

ବୃଦ୍ଧଙ୍କ ସମସ୍ୟା ଶୁଣିବା ପାଇଁ ରାସ୍ତାରେ ବସିପଡିଛନ୍ତି IAS ମ୍ୟାଡାମ୍ । ଯାହାର ଫଟୋ ବର୍ତ୍ତମାନ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ବୃଦ୍ଧଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ଲୋକ । ଫଟୋ ଦେଖି ଲୋକମାନେ ଆଇଏସ୍ ଅଫିସରଙ୍କର ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି । ପ୍ରୟାଗଜ ଜନ୍ମିତ ଆଇଏଏସ୍ ଅଫିସର ସୌମ୍ୟା ପାଣ୍ଡେ ଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆ ୟୁଜର୍ସମାନେ ଆଇଏଏସ୍ ସୌମ୍ୟା ପାଣ୍ଡେଙ୍କ ଦୟାଳୁ କାମ ପାଇଁ ପ୍ରଶଂସା କରିଥିଲେ । ଯେଉଁଭଳି ଭାବରେ ସେ ଏକ ବୃଦ୍ଧ ବ୍ୟକ୍ତିଙ୍କ ସହ ବ୍ୟବହାର କରିଥିଲେ । ଯିଏ ତାଙ୍କ ଅଫିସକୁ ଏକ ବୈଦ୍ୟୁତିକ ସାଇକେଲ ଋଣ ନେବାକୁ ଆସିଥିଲେ ।

ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ ଏବଂ ଉତରପ୍ରଦେଶର ଜଣେ ବୃଦ୍ଧଙ୍କ ମଧ୍ୟରେ କଥାବାର୍ତାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ବୃଦ୍ଧ ବ୍ୟକ୍ତିଙ୍କ କଥାକୁ ଗୁରୁତର ନେଇଥିବାରୁ ତାଙ୍କ କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି । କାନପୁର ଦେହତ୍‌ର ମୁଖ୍ୟ ବିକାଶ ଅଧିକାରୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଂଟରେ ପ୍ରକାଶିତ ଏକ ପୋଷ୍ଟ ଅନୁଯାୟୀ, ଧନୀରାମ ନାମକ ଜଣେ ବ୍ୟକ୍ତି ଇଲେକ୍ଟ୍ରିକ୍ ସାଇକେଲ କିଣିବା ପାଇଁ ସାହାଯ୍ୟ ମାଗିଥିଲେ । ସେହି ସମୟରେ ଅଫିସର ଧର୍ଯ୍ୟ ସହ କାରେ ତାଙ୍କ ଯନ୍ତ୍ରଣା ମଧ୍ୟ ଶୁଣିଥିଲେ । ଟୁଇଟ୍‌ରେ ଲେଖିଛନ୍ତି, ମୁଖ୍ୟ ବିକାଶ ଅଧିକାରୀ ସୌମ୍ୟା ପାଣ୍ଡେ ଇଲେକ୍ଟ୍ରୋନିକ୍ ସାଇକେଲ୍ କିଣିବାକୁ ଆସିଥିବା ଦିବ୍ୟାଙ୍ଗ ବୃଦ୍ଧ ଧନୀରାମଙ୍କ ସମସ୍ୟା ଶୁଣିଥିଲେ ଏବଂ ତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ୱାରା ବୃଦ୍ଧମାନେ ପାଇପାରିବେ । ଯେମିତି ସରକାରଙ୍କ ଯୋଜନାର ସମସ୍ତ ଲାଭ ମିଳିପାରିବ । କାର୍ଯ୍ୟାଳୟ ପରିସରରେ ଘଟିଥିବା ଘଟଣାର ପ୍ରଶାସନ ପୋଷ୍ଟ କରିଥିଲା IAS ପାଣ୍ଡେ ତାଙ୍କର କର୍ତବ୍ୟକୁ ଆନ୍ତରିକତାର ସହ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା ।

Leave a Reply

Your email address will not be published. Required fields are marked *