Pratidin TV

Odisha's Digital News Platform

ଶାଶୂଘରେ ହିଂସା ଓ ନିର୍ଯାତନାର ଶିକାର,ଫିଲ୍ମଠୁ କମ୍ ନୁହେଁ ଆଇଏସଙ୍କ କାହାଣୀ

1 min read

୧୬ ବର୍ଷରେ କରିଥିଲେ ବିବାହ | ଶାଶୂଘରେ ହିଂସା ଓ ନିର୍ଯାତନାର ଶିକାର | ଜୀବନ ହାରିବାକୁ ମଧ୍ୟ କରିଥିଲେ ଉଦ୍ୟମ | ପରେ ୨ ଛୁଆଙ୍କ ମୁହଁକୁ ଚାହିଁ ଆରମ୍ଭ କରିଥିଲେ ସଂଘର୍ଷ | ତେବେ କୌଣସି ଫିଲ୍ମ ଠାରୁ କମ ନୁହେଁ ଏହି IAS ଙ୍କ କାହାଣୀ |

UPSC କ୍ରାକ କରିବା ସମସ୍ତଙ୍କ ପାଇଁ ସ୍ୱପ୍ନ ଥାଏ | ଅନେକ ପରିଶ୍ରମ ପରେ କେହି କେହି ଶିଖର ଛୁଇଁଥାନ୍ତି | ତେବେ ଏଥିପାଇଁ ଦିନରାତି ଏକ କରିବାକୁ ପଡିଥାଏ | ବିନା ସାହାରରେ ମଧ୍ୟ ଜଣେ ଶିଖର ଛୁଇଁପାରେ | ଜୀବନର ଛୋଟ ବଡ ସମସ୍ୟାକୁ ମଧ୍ୟ ଏକାକୀ ପାର କରିହୁଏ | ଏମିତି ଜଣେ ଦୃଢ଼ମନା ମହିଳା ହେଉଛନ୍ତି IAS ସଭିତା ପ୍ରଧାନ | ବହୁ ବାଧାବିଘ୍ନ ପାର କରି ସେ ସଫଳର ଶିଖରରେ ପହଞ୍ଚିଛନ୍ତି |

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ସଭିତା | ପିଲାଟି ବେଳୁ ଅଭାବ ଅନଟନରେ କଟିଥିଲା ଜୀବନ | ସ୍କୁଲ ଛାତ୍ର ବୃତ୍ତି ଜରିଆରେ ପାସ କରିଥିଲେ ୧0ମ ଆଉ ମଣ୍ଡାଇ ଗାଁ ର ସେ ହୋଇଥିଲେ ସେ ପ୍ରଥମ ପଢୁଆ ଝିଅ | କାଲିଜ ଫି ଦେବାକୁ ତାଙ୍କ ପାଖରେ ଟଙ୍କାଏ ମଧ୍ୟ ନଥିଲା | ଏଥିପାଇଁ ପାର୍ଟ ଟାଇମ ଚାକିରୀ ମଧ୍ୟ କରିଥିଲେ | ଛୋଟବେଳୁ ଡାକ୍ତର ହେବାର ସ୍ବପ୍ନ ରଖିଥିବା ଝିଅ ମାଆବାପାଙ୍କ ପାଇଁ ମାରି ଦେଇଥିଲା | ତେବେ ଅନିଚ୍ଛା ସତ୍ତ୍ୱେ ଧନୀ ପରିବାରରେ ବିବାହ କରିଥିଲେ ସଭିତା | କେବଳ ଏତିକିରେ ସରିନଥିଲା ସଂଘର୍ଷ | ବିବାହ ପରେ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା | ଶାଶୁ ଠାରୁ ଆରମ୍ଭ କରି ସ୍ୱାମୀ ପର୍ଯ୍ୟନ୍ତ ମାଡ଼ ମାରିବା ସହ ତାଙ୍କୁ ଦେଉଥିଲେ ହତ୍ୟାର ଧମକ | ଏଣିକି ତାଙ୍କର ୨ ପିଲା ଜନ୍ମ ହେବା ପରେ ମଧ୍ୟ ତାଙ୍କ ଜୀବନର ଯୁଦ୍ଧ ଜାରି ରହିଥିଲା | ସେ ଅସହାୟ ହୋଇ ନିଜ ଜୀବନ ହାରିବାକୁ ନେଇଥିଲେ ନିଷ୍ପତ୍ତି | କିନ୍ତୁ ୨ ପିଲାଙ୍କ ମୁହଁକୁ ଚାହିଁ ବଦଳାଇ ଦେଇଥିଲେ ସଭିତା ନିଜ ନିଷ୍ପତ୍ତି | ପାଖରେ ଥିବା ଟଙ୍କା ଧରି ଶାଶୁ ଘର ଛାଡିଥିଲେ ସଭିତା |

ପରିବାର ଲୋକଙ୍କ ସହାୟତା ଓ ସମର୍ଥନ ବଳରେ ପିଲାଙ୍କୁ ମଣିଷ କରିବା ପାଇଁ ଖୋଲିଥିଲେ ବିୟୁଟି ପାର୍ଲର | ସେହି ରୋଜଗାରରେ ନିଜେ ପଢିବା ସହ ଛୁଆଙ୍କର ଉଠାଇଥିଲେ ଖର୍ଚ୍ଚ | କଠିନ ପରିଶ୍ରମ ବଳରେ ସେ ୨୪ ବର୍ଷ ବୟସରେ ପ୍ରଥମ ଚେଷ୍ଟାରେ କ୍ରାକ କରିଥିଲେ UPSC | ପ୍ରଥମେ ଚିଫ ମ୍ୟୁନ୍ସିପାଲଟି ଅଫିସର ଭାବେ ନିଯୁକ୍ତି ପରେ ପଦନ୍ୟୁତି ସହ ବନିଗଲେ IAS ଅଧିକାରୀ | ବର୍ତ୍ତମାନ ସେ ଗ୍ବାଲିଅର ଓ ଚମ୍ବଲ ଅର୍ବନ ପ୍ରଶାସନର ଯୁଗମ ନିର୍ଦ୍ଦେଶକ ଅଛନ୍ତି | ତେବେ ସେ ପ୍ରଥମ ସ୍ୱାମୀଙ୍କୁ ସେ ଛାଡ଼ପତ୍ର ଦେଇ ଏବେ ୨ୟ ବିବାହ କରି ସେ ବେଶ ଖୁସିରେ ଅଛନ୍ତି |

Leave a Reply

Your email address will not be published. Required fields are marked *