Pratidin TV

Odisha's Digital News Platform

ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ଆଇଏଏସ ଶୁଭାଶିଷ ପଣ୍ଡା ହେଲେ ନିଯୁକ୍ତ 

1 min read

ଓଡିଶା କ୍ୟାଡରର ଆଇଏଏସ ରଘୁ ଜି ଙ୍କ ସମେତ ଆଉ ୨ ବ୍ୟୁରୋକାଟଙ୍କୁ ପିଏମଓକୁ ବଦଳି କରାଯାଇଛି । ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ଆଇଏଏସ ଶୁଭାଶିଷ ପଣ୍ଡାକୁ ନିଯୁକ୍ତ କରାଯାଇଛି । ହିମାଚଳ ପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଶୁଭାଶିଷ ପଣ୍ଡା ବର୍ତ୍ତମାନ ଡିଡିଏର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି ।

ଏଥିସହିତ ଉଚ୍ଚସ୍ତରୀୟ ପୁର୍ନଗଠନରେ ଓଡିଶା ମୂଳ କ୍ୟାଡରର ୨୦୧୧ ବ୍ୟାଚର ଆଇଏଏସ୍ ରଘୁ. ଜି ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ସେ ଗୃହ ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ମଧ୍ୟପ୍ରଦେଶ କ୍ୟାଡରର ୨୦୧୨ ବ୍ୟାଚର ଆଇଏଏସ୍ ମୋହନ ଠାକୁର ମଧ୍ୟ ପିଏମଓରେ ଡେପୁଟି ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *