Pratidin TV

Odisha's Digital News Platform

ମାଆ ହେବେ ଆଇଏସଏସ ଟିନା ଡାବି, ବେବି ସାୱାର ଫଟୋ ପୋଷ୍ଟ କରି ଜଣାଇଲେ ଭଉଣୀ…

ରାଜସ୍ଥାନ: ଆଇଏଏସ୍ ଟିନା ଦାବିଙ୍କ ଜୀବନରେ ଆସିବେ ଏକ ନୂଆ ଅତିଥି । ଯାହା ତାଙ୍କ ସହ ତାଙ୍କ ପରିବା ପାଇଁ ଆଣିଦେଇଛି ଅନେକ ଖୁସି ।ଆଜ୍ଞା ହଁ ଆପଣମାନେ ଯାହା ଦେଖୁଛନ୍ତି ତାହା ସତ ।ତେବେ କିଏ ସେହି ସ୍ପେଶାଲ ଅତିଥି ଯାହା ପାଇଁ ପୁରା ପରିବାର ଅନେକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଟିନାଙ୍କ ଭଉଣୀ ଆଇଏଏସ୍ ରିୟା ଡାବି ଏକ କାର୍ଯ୍ୟକ୍ରମର ସୁନ୍ଦର ଚିତ୍ର ସୋସିଆଲ ମିଡିଆରେ ସେୟାର କରି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି । ତ ଆସନ୍ତୁ ଆମେ ଆପଣଙ୍କୁ ସେହି ଅତିଥିଙ୍କ ବିଷୟରେ ଅବଗତ କରାଇବୁ ।ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ଟିନା ଡାବି ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । ଆଉ କିଛି ଦିନ ପରେ ଛୋଟ ଅତିଥିଙ୍କ ହସ ସେମାନଙ୍କ ଘରେ ଶୁଣିବାକୁ ମିଳିବ । ନିକଟରେ ଟିନା ତାଙ୍କ ସ୍ୱାମୀ ଏବଂ ପରିବାର ସହିତ ଏହି ବିଶେଷ ମୂହୁର୍ତ୍ତକୁ ପାଳନ କରିଥିଲେ । ଟିନା ଡାବି ତାଙ୍କ ସ୍ୱାମୀ ପ୍ରଦୀପ ଗଣୱାଡେ ଏବଂ ପରିବାରଙ୍କ ସହ ତାଙ୍କ ପାଇଁ ବେବି ସାୱାର କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଯାହାର ଫଟୋ ଟିନାଙ୍କ ସାନ ଭଉଣୀ ରିୟା ଡାବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଫଟୋ ଗୁଡ଼ିକରେ ଟିନା ଦାବି ବହୁତ ଖୁସି ଥିବା ଦେଖାଯାଇଛି । ଏବଂ ଏହି ଫଟୋରେ ତାଙ୍କ ବ୍ୟତୀତ ଟିନା ଡାବି, ତାଙ୍କ ସ୍ୱାମୀ ପ୍ରଦୀପ, ଭଉଣୀ ରିୟା ଏବଂ ତାଙ୍କ ସ୍ୱାମୀ ଆଇପିଏସ୍ ମନୀଷ କୁମାର ନଜର ଆସିଛନ୍ତି । ଏହି ଉତ୍ସବରେ ପରିବାର ଲୋକଙ୍କ ବ୍ୟତୀତ ସେମାନଙ୍କର କିଛି ବନ୍ଧୁ ସାମିଲ ହୋଇଥିଲେ । ଏହି ଅବସରରେ ଆଇଏଏସ୍ ଦମ୍ପତି କେକ୍ କାଟିଥିଲେ । ଆଇଏଏସ୍ ଟିନା ଡାବି ବର୍ତ୍ତମାନ ମାତୃତ୍ୱ ଛୁଟିରେ ଅଛନ୍ତି । ଏହାପୂର୍ବରୁ ସେ ଜୈସଲମେର କଲେକ୍ଟରର ଦାୟିତ୍ୱ ପରିଚାଳନା କରୁଥିଲେ । ଆଇଏଏସ୍ ଟିନା ଡାବି ହେଉଛି ୨୦୧୬ ବ୍ୟାଚ୍ ଆଇଏଏସ୍ ଟପ୍ପର ଏବଂ ଦେଶର ଜଣେ ଲୋକପ୍ରିୟ ଅଧିକାରୀ ।
ସୂଚନାନୁସାରେ, ସେ ଜୁନ୍ ମାସରେ ମାତୃତ୍ୱ ଛୁଟି ପାଇଁ ପର୍ସନାଲ ବିଭାଗକୁ ଏକ ଚିଠି ଲେଖିଥିଲେ । ଟିନା ଆଇଏଏସ୍ ସିଭିଲ ସର୍ଭିସେସ୍ ପରୀକ୍ଷଣ ୨୦୧୬ ର ଶୀର୍ଷରେ ଥିଲା । ତାଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା । ତାଲିମ ସମାପ୍ତ କରିବା ପରେ, ସେ ୨୦୧୮ ରେ ଭିଲୱାରା ଝଊଗ ପଦ ଗ୍ରହଣ କରିଥିଲେ ।୨୦୧୮ ରେ, ସେ ଅଟାର ଆମୀର ଖାନଙ୍କ ସହିତ ପ୍ରେମ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ସେମାନେ ୨୦୨୦ ରେ ଛାଡପତ୍ର ହୋଇଥିଲେ । ତା’ପରେ ୨୦୨୨ ମସିହାରେ ସେ ଆଇଏଏସ୍ ପ୍ରଦୀପ ଗଣୱାଡେଙ୍କୁ ବିବାହ କରିଥିଲେ । ବର୍ତ୍ତର୍ମାନ ଓଇଝ ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଉଭୟଙ୍କ ବିବାହ ବିଷୟରେ ମଧ୍ୟ ଅନେକ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *