Pratidin TV

Odisha's Digital News Platform

ଶ୍ରୀକୃଷ୍ଣଙ୍କ ପୋଲ୍ ଖୋଲିଲେ ପତ୍ନୀ ,IAS ସ୍ତ୍ରୀ ବଖାଣିଲେ ସବୁ ସତ ..

1 min read

‘ମହାଭାରତ’ର ଶ୍ରୀକୃଷ୍ଣଙ୍କ ଅଭିଯୋଗ ଉପରୁ ହଟିଲା ପର୍ଦ୍ଦା । IAS ପତ୍ନୀ କରିଦେଲେ ସବୁ ଖୁଲାସା । ଲୋକପ୍ରିୟ ଟେଲିଭିଜନ ଧାରାବାହିକ ମହାଭାରତର କୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅବିନେତା ନୀତିଶ ଭରଦ୍ୱାଜ ଏବେ ଚର୍ଚ୍ଚାରେ । ନିଜର ଅଭିନୟ ପାଇଁ ବରଂ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ । ସ୍ୱାୀମୀ ସ୍ତ୍ରୀଙ୍କର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁୁଛି । କିଛିଦିନ ପୂର୍ବରୁ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣିଥିଲେ ନୀତିଶ ଭରଦ୍ୱାଜ । ଏବେ ସେ କରିଥିବା ଅଭିଯୋଗକୁ ନେଇ ତାଙ୍କ ଆଇଏଏସ ପତ୍ନୀ ସ୍ମିତା ଗାଟେ ଜବାବା ଦେଇ ନୀତିଶଙ୍କ ଅସଲମୁଖା ଖୋଲିଛନ୍ତି ।

ନୀତିଶଙ୍କ ବିରୋଧରେ ସେ ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ନୀତିଶ ଭିକ୍ଟିମ କାର୍ଡ ଖେଲୁଛନ୍ତି । ପିଲାଙ୍କ ପାଇଁ କାନ୍ଦୁଥିବା ନିତିଶ ଥରୁଟିଏ ବି ପିଲାଙ୍କ ସ୍କୁଲ ଫି ଦେଇନାହାନ୍ତି । ପିଲାଙ୍କ ପାଇଁ ତାଙ୍କ ଆବେଦନ ଶୁନ । ନିତିଶ ନିକଟରେ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦୁଇ ଝିଅଙ୍କ ସହିତ ଭେଟିବାକୁ ଦେଉ ନାହାନ୍ତି ବୋଲି ସେ କହିଥିଲେ । ତେବେ ସ୍ମିତା ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏକ ସାକ୍ଷାତକାରରେ ସେ କହିଛନ୍ତି, ନିତିଶଙ୍କୁ ମୋର ସରକାରୀ ଚାକିରୀ ଯମା ବି ପସନ୍ଦ ନ ଥିଲା । ସେ ବାରମ୍ବାର ଚାକିରୀ ଛାଡିବାକୁ କହୁଥିଲେ । ତେବେ ଏଥିରେ ମୁଁ ସହମତ ନ ହେବାରୁ ମୋତେ ଛାଡପତ୍ର ଦେଇଥିଲେ । ଏହାପରଠାରୁ ସେ ରାଗରେ ଏପରି କରିଛନ୍ତି ।

Advertisement

ସେ କେବେ ବି ମୋ ଦୁଇ ପିଲାଙ୍କ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି । ସ୍ମିତା ଆହୁରି କହିଛନ୍ତି, ସେ ଗତ ଜାନୁୟାରୀ ୨ରେ ପୁଣେରେ ଦୁଇ ଝିଅଙ୍କୁ ଭେଟିଥିଲେ । ଫେବ୍ରୁଆରି ୧୩ରେ ସେ ପିଲାଙ୍କୁ ଭେଟିବାକୁ ଆସିବେ ବୋଲି ଯୋଜନା ଥିଲା । ହେଲେ ସେ ଜାଣିଶୁଣି ଭେଟିବାକୁ ନଆସି ଫେବ୍ରୁଆରି ୧୪ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ମୁଁ ତାଙ୍କୁ ପିଲାମାନଙ୍କ ସହ ଦେଖା କରିବାକୁ ଦେଉନାହିଁ ବୋଲି କହିଥିଲେ । ସ୍ମିତା ଆହୁରି ପିଲାଙ୍କ ପାଠ ପଢା ନୁହେଁ ଲାଳନ ପାଳନ ପାଇଁ ଟଙ୍କାଟିଏ ଖର୍ଚ୍ଚକରି ନାହାନ୍ତି । ଯଦିଓ ଆଇନତଃ ତାଙ୍କୁ କରିବାର ଥିଲା ।

Leave a Reply

Your email address will not be published. Required fields are marked *