Pratidin TV

Odisha's Digital News Platform

ଭାରତ ସପକ୍ଷରେ ଆଇସିସି , ଟିମ ଇଣ୍ଡିଆ ପାକିସ୍ତାନ ନଯିବାକୁ ପ୍ରସ୍ତୁତ କରୁଛି ପ୍ଲାନ ବି..

1 min read

ଚାମ୍ପିଅନ୍ସ ଟ୍ରଫି ୨୦୨୫ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ହେଲେ  ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯିବ ନାହିଁ , ଏହି ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦିଓ ବିସିସିଆଇ ଆନୁଷ୍ଠାନିକ ଭାବେ ଏହି ବିଷୟରେ ସ୍ପଷ୍ଟ କରିନାହିଁ, କିନ୍ତୁ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତରେ ଯିବାକୁ ଟିମ ଇଣ୍ଡିଆ ରାଜି ହେଉନାହିଁ  । ବର୍ତ୍ତମାନ ଆଇସିସି ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟକା ଦେଇ ଟୁର୍ନାମେଣ୍ଟ ପାଇଁ ପ୍ଲାନ-ବି ପ୍ରସ୍ତୁତ କରିଛି।

କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭା (ଏଜିଏମ)ରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଇସିସି ପ୍ରାୟ ୬୫ ମିଲିୟନ ଡଲାରର ବଜେଟ ଅନୁମୋଦନ କରିଛି। ଏହି ବଜେଟରେ, ଆଇସିସି ସେହି ସବୁ ଦିଗକୁ ଦେଖି ପ୍ରସ୍ତୁତ, କରିଛି ଯାହା ବର୍ତ୍ତମାନ ଆଲୋଚନା ହେଉଛି। ଉଦାହରଣ ସ୍ବରୂପ, ଆଇସିସି ବଜେଟ ପ୍ରକାଶ କରିଛି ଯେ ଯଦି ଭାରତ ଏହି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରେ ନାହିଁ, ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହୋଇପାରିବ।

ଏହିପରି ଏହାର ପ୍ଲାନ ବି ସହିତ ଆଇସିସି ପାକିସ୍ତାନକୁ ୪୪୦ ଭୋଲ୍ଟର ଏକ ଝଟ୍‌କା ଦେଇଛି। ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ପାକିସ୍ତାନ ଭାରତକୁ ଦୃଷ୍ଟିରେ ରଖି ଟୁର୍ନାମେଣ୍ଟ ପାଇଁ ଡ୍ରାଫ୍ଟ ସୂଚୀ ପ୍ରସ୍ତୁତ କରିଛି।

Leave a Reply

Your email address will not be published. Required fields are marked *