Pratidin TV

Odisha's Digital News Platform

ମହମ୍ମଦ ସାମିଙ୍କୁ ବଡ ଉପହାର ଦେଲେ ଯୋଗୀ ସରକାର, ଜାଣନ୍ତୁ କଣ ସେହି ଉପହାର..

1 min read

ବିଶ୍ୱକପର ଫାଇନାଲ ମ୍ୟାଚ୍ ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଭାରତୀୟ କ୍ରିକେଟ୍ ଦଳର ଉଜ୍ଜ୍ୱଳ ବୋଲର ମହମ୍ମଦ ସାମିଙ୍କୁ ବଡ ଉପହାର ଦେଇଛନ୍ତି । ଗୋଟେ ନୁହେଁ ଏକାସାଙ୍ଗରେ ୨ଟି ଉପହାର ଦେଇଛନ୍ତି । ଯୋଗୀ ସରକାର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକାକୀ ୭ ୱିକେଟ୍ ନେବା ପରେ ସାମିଙ୍କ ଗାଁରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ମହମ୍ମଦ ଶାମି ଉତ୍ତରପ୍ରଦେଶର ଆମରୋହାର ବାସିନ୍ଦା ଅଟନ୍ତି । ଆମରୋହା ଜିଲ୍ଲାର ମାଜିଷ୍ଟ୍ରେଟ ରାଜେଶ ଟାଗିଙ୍କ କହିବା ଅନୁଯାୟୀ, ସାମିଙ୍କ ଗାଁ ସାହସପୁର ଆଲିନାଗରରେ ଏକ ମିନି ଷ୍ଟାଡିୟମ ଏବଂ ଏକ ଖୋଲା ଜିମ୍ ନିର୍ମାଣ କରିବାକୁ ୟୁପି ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦିନ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ (ସିଡିଏ) ତାଙ୍କ ଟିମ୍ ସହିତ ଶାମିଙ୍କ ଗାଁରେ ପହଞ୍ଚି ଷ୍ଟାଡିୟମ ପାଇଁ ଜମି ସର୍ଭେ କରିଥିଲେ ।
ଏକ ହେକ୍ଟର ଜମିରେ ଏହି ଷ୍ଟାଡିୟମ ନିର୍ମାଣ ହେବ:
ୟୁପି ସରକାରଙ୍କ କହିବାନୁସାରେ, ସାହସପୁର ଆଲିନାଗରରେ ପ୍ରାୟ ଏକ ହେକ୍ଟର ଜମିରେ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଷ୍ଟାଡିୟମରେ ବିଭିନ୍ନ ପ୍ରକାରର କ୍ରୀଡା ପାଇଁ ସୁବିଧା ରହିବ । କୋଚିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ସରକାରଙ୍କ କହିବାନୁସାରେ, ଏହା କେବଳ ଏହି ଜିଲ୍ଲାର ଖେଳାଳୀମାନଙ୍କୁ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେବ ନାହିଁ, ନିକଟସ୍ଥ ଜିଲ୍ଲାର ଖେଳାଳିମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।

ସାମି ନିଜେ ଏକ ଭୂମି ପ୍ରସ୍ତୁତ କରିଛନ୍ତି:
ତେବେ ମହମ୍ମଦ ସାମି ପୂର୍ବରୁ ମଧ୍ୟ ନିଜ ଗାଁରେ ଏକ ଗ୍ରାଉଣ୍ଡ ପ୍ରସ୍ତୁତ କରିଛନ୍ତି । ଯେତେବେଳେ ବି ସେ ଗାଁକୁ ଆସନ୍ତି ସେତେବେଳେ ସେ ସେହି ମୈଦାନରେ ନିଜର ଅଭ୍ୟାସ କରନ୍ତୁ । ଏବଂ ଏଥିସହ ସେ ନିଜ ଗାଁର ପିଲାଙ୍କୁ ମଧ୍ୟ କ୍ରୀଡାର ତାଲିମ ଦେଇଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *