୨୪ ଘଣ୍ଟାର ଅପେକ୍ଷା,ନରେନ୍ଦ୍ରମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରଲିଆ।ମ୍ୟାଚ ଦେଖିବା ନେଇ ଗଡିଲା ସ୍ୱତନ୍ତ୍ର ଟ୍ରେନ୍..
1 min readଦେଢ ମାସର କସରତ କାଲି ଆସିବ ଫଳାଫଳ । ନଭେମ୍ବର ୧୯କୁ ଅପେକ୍ଷା କରି ବସିଛି ସାରା ବିଶ୍ୱ । ଏବେ ସମସ୍ତଙ୍କ ଆଖି ଭାରତ ଉପରେ ରହିଛି। କାରଣ ଭାରତରେ ଚଳିତ ବର୍ଷ ଖେଳଯାଉଛି ଦିନିକିଆ ବିଶ୍ୱକପ୨୦୨୩ । ଆସନ୍ତାକାଲି ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍ ଗୁଡିକ ଆଜି ସନ୍ଧ୍ୟାରେ ବାହାରି ଆସନ୍ତାକାଲି ସକାଳେ ଅହମ୍ମଦାବାଦରେ ପହଞ୍ଚିବ।
ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ । କେବଳ ଅତିକି ନୁହେଁ ଟିକେଟର ଦାମ ଅପେକ୍ଷାକୃତ କମ ରଖିଛି ରେଳ ବିଭାଗ । ବିମାନ ଭଡ଼ା ବୃଦ୍ଧି ହେତୁ ରେଳ ବିଭାଗ ଟିକେଟର ଦାମ କମ ରଖିବାକୁ ନିଷ୍ପତ୍ତି ନେଇଛି । କାଲିର ମ୍ୟାଚ ପାଇଁ ବିମାନ ଟିକେଟ ୨୦,୦୦୦ ରୁ ୪୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟପଟେ ରେଳ ଯାତ୍ରୀମାନେ ୬୨୦ ଟଙ୍କାରେ ସ୍ଲିପର ଶ୍ରେଣୀର ଟିକେଟ୍ ପାଇ ପାରିବେ । ସେହିପରି ୧,୫୨୫ ଟଙ୍କାରେ ତୃତୀୟ ଶ୍ରେଣୀ ଏସି, ୧,୬୬୫ଟଙ୍କାରେ ଷ୍ଟାଣ୍ଡାର୍ଡ ୩ଏସି ସିଟ୍ ଓ ୩,୪୯୦ ଟଙ୍କାରେ ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରିପାରିବେ । ତେବେ ଦିନକ ପାଇଁ ଟ୍ରେନ ଗଡୁଥିବା ବେଳେ କାଲିର ମ୍ୟାଚ୍ ଶେଷ ହେବା ପରେ ଅହମ୍ମଦାବାଦରୁ ରାତି ୨.୩୦ ସୁଦ୍ଧା ଟ୍ରେନ ଛାଡ଼ିବାର କାର୍ଯ୍ୟକ୍ରମ ରହିଛି ।