Pratidin TV

Odisha's Digital News Platform

ସାବଧାନ ବଜାରରେ ନକଲି ଆଇସକ୍ରିମ୍ , ଦେଢ଼ କ୍ୱିଣ୍ଟାଲ ଆଇସକ୍ରିମ ନଷ୍ଟ କଲା ଫୁଡ୍ ଓ ସେଫଟି ବିଭାଗ…

1 min read

ରାଉରକେଲା ; ତେଲ, ଘିଅ, ଚାହା ପତି ପରେ ତିଆରି ହେଉଥିଲା ଅପମିଶ୍ରିତ ଆଇସକ୍ରିମ୍‌ । ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଫ୍ୟାକ୍ଟ୍ରିର ଅବସ୍ଥା ଅତି ଦୟନୀୟ ହୋଇଥିବା ଦେଖିବାକୁ ମିଳିଥିଲା। ଅତି ଖରାପ ପରିବେଶରେ ଆଇସ୍‌କ୍ରିମ୍‌ ତିଆରି ହେଉଥିବା ଦେଖିବାକୁ ମିଳିଥିଲା।

ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍‌। ଷ୍ଟିଲ୍‌ ସିଟି ରାଉରକେଲାରେ ଠାବ ହୋଇଛି ଏମିତି ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି। ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଆଜି ଚଢ଼ଉ କରି ପ୍ରାୟ ଦେଢ଼ କ୍ୱିଣ୍ଟାଲ୍‌ ଆଇସ୍‌କ୍ରିମ୍‌ ନଷ୍ଟ କରିଛି। ଏଥିସହ ସମ୍ପୃକ୍ତ ଆଇସ୍‌କ୍ରିମ୍‌ ବ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି।

Advertisement

ଅଭିଯୋଗରୁ ପ୍ରକାଶ, ରାଉରକେଲା ଟାଉନ୍‌ରେ ରହିଛି ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି। ଏଠାରେ ବିଭିନ୍ନ ଫ୍ଲେବରର ଆଇସ୍‌କ୍ରିମ୍‌ ତିଆରି ହୋଇଥାଏ। ଖରାପ ପାଣିରେ ଆଇସ୍‌କ୍ରିମ୍‌ ତିଆରି ହେଉଛି। ସେଠାକାର ପରିବେଶ ଅତି ଦୟନୀୟ। ଏଥିସହ ଆଇସ୍‌କ୍ରିମ୍‌ରେ ପ୍ରସ୍ତୁତି ଓ ସମୟ ଅତିକ୍ରାନ୍ତ ତାରିଖ ରହୁନଥିଲା। ଏପରିକି ବ୍ୟାଚ୍‌ ନମ୍ୱର ମଧ୍ୟ ରହୁନଥିଲା। ଏନେଇ ଅଭିଯୋଗ ହେବା ପରେ ପ୍ରାୟ ଦେଢ଼ ବର୍ଷ ତଳେ ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଚଢ଼ଉ କରି ତାଗିଦ୍‌ କରିଥିଲେ। ଏଥିସହ ଆଇସ୍‌କ୍ରିମ୍‌ରେ ପ୍ରସ୍ତୁତି, ସମୟ ଅତିକ୍ରାନ୍ତ ତାରିଖ ଓ ଲାଇସେନ୍ସ କରିବା ପାଇଁ କୁହାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିଲେ।

Leave a Reply

Your email address will not be published. Required fields are marked *