ଇସ୍ରୋର ଚାଞ୍ଚଲ୍ୟକର ବୟାନ , ଚନ୍ଦ୍ରପୃଷ୍ଠରେ ରହିଛି ଆକଳନ ଠାରୁ ୮ଗୁଣା ଅଧିକ ଜଳ ..
1 min readଇସ୍ରୋ ଦେଲା ଚାଞ୍ଚଲ୍ୟକର ତଥ୍ୟ ଚନ୍ଦ୍ରରେ ରହିଛି ଆକଳନ ଠାରୁ ଆଠଗୁଣ ପାଣି । ହେଲେ ସେସବୁ ଭୂପୃଷ୍ଠ ତଳେ ବରଫ ଆକାରରେ ରହିଛି । ଏହାକୁ ଖୋଳାଯାଇପାରିବ ।ଏହା ଚନ୍ଦ୍ରରେ ଏକ ଉପନିବେଶ ସୃଷ୍ଟି କରିବାରେ ବ୍ୟବହୃତ ହୋଇପାରେ । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର, ଆଇଆଇଟି କାନପୁର, ସାଉଥ୍ କାଲିଫର୍ଣ୍ଣିଆ ୟୁନିଭରସିଟି, ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଏବଂ ଆଇଆଇଟି-ଆଇଏସ୍ଏମ୍ ଧାନବାଡର ବୈଜ୍ଞାନିକ ମାନେ ମିଳିତ ଭାବରେ ଏହି ଅଧ୍ୟୟନ କରିଛନ୍ତି । ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଚନ୍ଦ୍ର ପୃଷ୍ଠରୁ ପ୍ରାୟ ଦୁଇ ଚାରି ମିଟର ତଳେ ଆଶା କରାଯାଉଥିବା ଠାରୁ ଅଧିକ ବରଫ ରହିଛି ।
ପୂର୍ବରୁ ଆକଳନ କରାଯାଉଥିବା ତୁଳନାରେ ପାଞ୍ଚରୁ ଆଠ ଗୁଣ ଅଧିକ ବରଫ ରହିଛି । ବରଫ ର ଏହି ଭଣ୍ଡାର ଚନ୍ଦ୍ରର ଉଭୟ ପୋଲ ଉପରେ ଅଛି । ତେଣୁ ଭୂମିରେ ଖନନ କରି ବରଫ ବାହାର କରାଯାଇପାରିବ । ଯାହା ଦ୍ୱାରା ଭବିଷ୍ୟତରେ ମଣିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ରରେ ବଞ୍ଚିପାରିବ । ଦୁନିଆର ଅନେକ ସ୍ପେସ୍ ଏଜେନ୍ସି ଏଥିରୁ ଉପକୃତ ହେବେ । ଇସ୍ରୋ ସୂଚନା ଅନୁଯାୟୀ, ଚନ୍ଦ୍ରର ଉତ୍ତର ପୋଲରେ ଦକ୍ଷିଣ ପୋଲ ତୁଳନାରେ ଦୁଇଗୁଣ ବରଫ ମହଜୁଦ ହୋଇ ରହିଛି । ଏହି ବରଫ ଚନ୍ଦ୍ରର ପୋଲରୁ କେଉଁଠୁ ଆସିଲା ଏହି ପ୍ରଶ୍ନର ଉତ୍ତରରେ ଇସ୍ରୋ କହିଛି ଯେ ଏହା ଇମ୍ବ୍ରିଆନ୍ ସମୟର ବିଷୟ ଅଟେ । ଆଗ୍ନେୟଗିରି କାର୍ଯ୍ୟକଳାପରୁ ମୁକ୍ତ ହୋଇଥିବା ଗ୍ୟାସ୍ ଧୀରେ ଧୀରେ ଲକ୍ଷ ଲକ୍ଷ ବର୍ଷ ତଳେ ଭୂପୃଷ୍ଠରେ ବରଫ ଆକାରରେ ଜମା ହୋଇ ରହିଛି ।