ଆଇସଲ୍ୟାଣ୍ଡରେ ଭୟଙ୍କର ଜ୍ୱଳାମୁଖୀ ବିସ୍ଫୋରଣ , ଭୟରେ ଘରଛାଡି ପଳାଇଲେ ଲୋକେ …
1 min readଆଇସଲ୍ୟାଣ୍ଡରେ ଫାଟିଲା ଜ୍ୱାଳାମୁଖୀ । ଗୁରୁବାର ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡରେ ତୃତୀୟ ଥର ଜ୍ୱଳାମୁଖୀ ଫାଟିଛି । ଫଳରେ ସମଗ୍ର ଅଞ୍ଚଳରେ ବିପୁଳ ଲାଭା , ଗରମ ଗ୍ୟାସ ଓ ଧୁଆଁ ବାହାରି ସମଗ୍ର ଅଞ୍ଚଲକୁ ଧୁଆଁ ଧୁଆଁ କରିଦେଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହି ବିସ୍ଫୋରଣ ୩.୨୧ କିଲୋମିଟର ଲମ୍ବା ଏକ ନୂତନ ଫାଟ ସୃଷ୍ଟି କରିଛି । ଏହି ଫାଟରୁ ୨୦୦ ଫୁଟ ଉଚ୍ଚର ଲାଭା ଉଦ୍ଗିରଣ ହେଉଛି । ଏହି ବିସ୍ଫୋରଣ ହେତୁ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇନାହିଁ । ହେଲେ ଜ୍ୱାଳାମୁଖୀର ପ୍ରବଳ ଧୁଆଁ ଚାରିଆଡେ ଆଚ୍ଛାଦିତ କରିଦେଇଛି । ୩,୮୦୦ ଜନସଂଖ୍ୟା ବିଶିଷ୍ଟ ଉପକୂଳବର୍ତ୍ତୀ ସହର ଗ୍ରିଣ୍ଡଭିକ୍ ଠାରୁ ପ୍ରାୟ ଚାରି କିଲୋମିଟର ଉତ୍ତର-ପୂର୍ବରେ ଏହି ଆଗ୍ନେୟଗିରି ଉଦ୍ଗୀରଣ ଘଟିଛି । ଏହି ଆଗ୍ନେୟଗିରି ଏକ ଜନାକୀର୍ଣ୍ଣ ସ୍ଥାନରେ ଥିବାରୁ ଲୋକମାନଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ଏହି ମାଉଣ୍ଟ ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଜ୍ୱାଳାମୁଖୀ ଫାଟିବା ର ପୂର୍ବନୁମାନ କରିବାପରେ ସଙ୍ଗେ ସଙ୍ଗେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା । ଗତ ଶୁକ୍ରବାର ଠାରୁ ଏହି ଅଞ୍ଚଳରେ ଛୋଟ ଛୋଟ ଭୂକମ୍ପ ଅନୁଭୂତ ହୋଇଛି । ଆଗ୍ନେୟଗିରିଠାରୁ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଧୂଆଁର ବାଦଲ ବ୍ୟାପିଯାଇଛି ।
ଡିସେମ୍ବର ପରଠାରୁ ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରିରେ ଏହା ତୃତୀୟ ଉଦ୍ଗୀରଣ । ଏହି ଆଗ୍ନେୟଗିରିର ପ୍ରଥମ ବିସ୍ଫୋରଣ ଗତ ବର୍ଷ ଡିସେମ୍ବର ୧୮ ରେ ହୋଇଥିଲା ଏହା ପରେ ଚଳିତ ବର୍ଷ ଜାନୁଆରୀରେ ଆଉ ଏକ ବିସ୍ଫୋରଣ ଘଟିଥିଲା ଏହି ସପ୍ତାହ ପୂର୍ବରୁ, ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ଯେ ଏହି ଆଗ୍ନେୟଗିରି ଯେକୌଣସି ଦିନ ତୃତୀୟ ଥର ପାଇଁ ଉଦ୍ଗିରଣ ହୋଇପାରେ ବୋଲି । ଆଇସଲ୍ୟାଣ୍ଡର ମୁଖ୍ୟ ବିମାନବନ୍ଦର କେଫ୍ଲାଭିକ୍ ଏହି ଅଞ୍ଚଳରେ ଅବସ୍ଥିତ । ତେବେ ଏପର୍ଯ୍ୟନ୍ତ ବିମାନବନ୍ଦରରେ କ୍ଷତି ହୋଇଥିବାର ଖବର ସାମ୍ନାକୁ ଆସିନାହିଁ ।