Pratidin TV

Odisha's Digital News Platform

ଭିଡିଓକନ୍ ଓ ICICI ବ୍ୟାଙ୍କ୍ ଋଣ ଦୁର୍ନିତି ମାମଲା : ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : ଜେଲରୁ ମୁକୁଳିବେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର । ଭିଡିଓକନ୍ କମ୍ପାନୀକୁ ବେଆଇନ୍ ଭାବେ ଋଣ ମଞ୍ଜୁର କରିବା ଅଭିଯୋଗରେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ୨୩ ଡିସେମ୍ବର ୨୦୨୦ ମସିହାରେ ଗିରଫ କରାଯାଇଥିଲା । କିନ୍ତୁ ଉଭୟଙ୍କ ଗିରଫଦାରିକୁ ବେଆଇନ କହିଛି ବମ୍ବେ ହାଇକୋର୍ଟ । ଦୁର୍ନୀତି ନିବାରଣ ଆକ୍ଟ ଅନୁସାରେ ଉଭୟଙ୍କ ଗିରଫଦାରି ବେଆଇନ ବୋଲି କୋଚର ଦମ୍ପତି ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି । କାରଣ ଧାରା ୧୭୪ ଅନୁଯାୟୀ ଯେକୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ । କିନ୍ତୁ ସିବିଆଇକୁ ସେମିତି କୌଣସି ତଦନ୍ତ ପାଇଁ ମଞ୍ଜୁରୀ ମିଳି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ମାର୍ଚ୍ଚ ୨୦୧୮ ରେ ଭିଡିଓକୋନ ଗ୍ରୁପ୍କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହେବ ପରେ ଏହାର ତଦନ୍ତ ଭାର ସିବିଆଇ ନେଇଥିଲା ଓ ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍ଡି ଏବଂ ସିଇଓ ପଦ ଛାଡ଼ି ଥିଲେ। ସେହିଭଳି ଇଡି ୨୦୧୯ ମସିହାରେ ଅପରାଧିକ ମାମଲା ଦାଏର କରିଥିଲା।

କାରଣ ବ୍ୟାଙ୍କରୁ ଭିଡିଓକନ କମ୍ପାନୀର ମାଲିକ ୩୨୫୦ କୋଟିର ଋଣ ନେଇଥିବା ବେଳେ ସେଥିରୁ ୨୮୧୦ କୋଟି ଟଙ୍‌କାର ଋଣ ପରିଶୋଧ କରିନଥିଲେ । ଯେଉଁକାରଣରୁ ବ୍ୟାଙ୍କକୁ ଅନେକ ପ୍ରକାରର କ୍ଷତି ସହିବାକୁ ପଡିଥିଲା । ଯାହାକି ଏନପିଏରେ ରହିଛି । ତେବେ ଭିଡିଓକନର ଚେୟାରମ୍ୟାନ ବେଣୁଗୋପାଳ ଧୁତଏବଂ ଚନ୍ଦାଙ୍‌କ ସ୍ୱାମୀ ଦୀପକଙ୍କ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ଥିଲା । ଚନ୍ଦାଙ୍କ ସ୍ୱମୀ ଭିଡିଓକନର ମାଲିକ ଥିବା ବେଲେ ସେ ଅନ୍ୟ ନାମର ଆଶ୍ରୟ ନେଇ ଏପରି କରିଥିଲେ ।ଏହି ଋଣ ଲେଣଦେଣର ଘୋଟାଲାରେ ଇଡି ଦୁହିଁଙ୍କୁ ୨୦୨୦ ମେ ମାସରେ ଜେରା କରିଥିଲା । ଏବଂ ଉଭଙ୍କ ନାଁରେ ସୁରାଗ ପାଇବା ପରେ ସିବିଆଇ ତାଙ୍କୁ ଗିରଫ୍ କରିଥିଲା । କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତିମ୍ମନ୍ତ୍ରେ ହାଇକୋର୍ଟ ।

Leave a Reply

Your email address will not be published. Required fields are marked *