ରୋଗୀଙ୍କୁ ହେବାକୁ ପଡ଼ିବନି ହନ୍ତସନ୍ତ,କ୍ୟାପିଟାଲ୍ ହସ୍ପିଟାଲରେ ବଢ଼ିବ ଆଇସିୟୁ ଶଯ୍ୟା…
1 min readଏବେ ରୋଗୀଙ୍କୁ ହେବାକୁ ପଡ଼ିବନି ହନ୍ତସନ୍ତ । କାରଣ କ୍ୟାପିଟାଲ୍ ହସ୍ପିଟାଲ୍ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା। କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାର ସୂଚନା ଦେଇଛନ୍ତି ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସୂଚନା ଅନୁସାରେ, ବର୍ତ୍ତମାନ ହସ୍ପିଟାଲ୍ରେ ୧୬ଟି ICU ବେଡ୍ ଅଛି। ଖୁବଶୀଘ୍ର ୪୦ଟି କରାଯିବ। ପ୍ରତି ମାସ ହସ୍ପିଟାଲକୁ ୧୪୩୨ଟି ଡାଏଲେସିସ୍ କେସ୍ ଆସୁଛି। ଏବେ ଥିବା ବେଡ୍ରେ ୩ଟି ସିଟିଂରେ ଡାଏଲେସିସ୍ ଚାଲିଛି। ଏହାକୁ ୪ କରାଯିବ ।