Pratidin TV

Odisha's Digital News Platform

ଋତୁୁସ୍ରାବ ସମୟରେ ଅତ୍ୟଧିକ ବ୍ଲିଡିଂ ହେଉଥିଲେ: ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

1 min read

ପିରିୟଡ୍ସ, ମହିଳାମାନଙ୍କର ପ୍ରତ୍ୟେକ ମାସରେ ଆସୁଥିବା ଏକ ସ୍ୱାଭାବିକ ତଥା ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ସମସ୍ୟା ସେତେବେଳେ ବଢ଼ି ଯାଇଥାଏ, ଯେତେବେଳେ ପିରିୟଡ୍ସ ସମୟରେ ଅଧିକ ବ୍ଲିଡିଂ ହେବାକୁ ଲାଗିଥାଏ। ଏହି କାରଣରୁ ମହିଳାମାନଙ୍କୁ ନା କେବଳ ଅତ୍ୟଧିକ ଯନ୍ତ୍ରଣା ହୁଏ, ବରଂ ଅନେକ ବାର ଏନିମିଆର ମଧ୍ୟ ଶିକାର ହେବାକୁ ପଡ଼ିଥାଏ। ହେଭି ବ୍ଲିଡିଂ କାରଣରୁ ମହିଳାମାନଙ୍କୁ ପ୍ରତି ଦୁଇ ଘଣ୍ଟାରେ ଥରେ ନାପ୍‌କିନ ବା ପ୍ୟାଡ୍‌ ବଦଳାଇବାକୁ ପଡ଼ିଥାଏ। ଯଦି ପିରିୟଡ୍ସ ଗୋଟିଏ ସପ୍ତାହରୁ ଅଧିକ ଦିନ ଧରି ଲାଗି ରହୁଛି, ତା’ ହେଲେ ଏହାକୁ ମଧ୍ୟ ହେଭି ବ୍ଲିଡିଂ କୁହାଯିବ। ଯଦି ଆପଣ ବି ପିରିୟଡ୍ସ ସମୟରେ ହେଭି ବ୍ଲିଡିଂର ସମସ୍ୟା ଭୋଗୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ଘରୋଇ ଉପଚାର ବିଷୟରେ କହିବୁ। ଆସନ୍ତୁ ଜାଣିବା…

ଘରୋଇ ଉପାୟ

Advertisement

ଡାଲଚିନି: ପ୍ରଥମେ ଏକ କପ୍‌ ଗରମ ପାଣିରେ ଡାଲଚିନି ଖଣ୍ଡେ ପକାଇ ଏହାର ଚା’ ପ୍ରସ୍ତୁତ କରନ୍ତୁ। ପିରିୟଡ୍ସରେ ହେଉଥିବା ହେଭି ବ୍ଲିଡିଂକୁ ରୋକିବାରେ ଏହା ଏକ ପ୍ରଭାବଶାଳୀ ଘରୋଇ ଉପାୟ ହୋଇଥାଏ। ଏହାକୁ ଆପଣ ଦିନକୁ ଦୁଇଥର ସେବନ କରି ପାରିବେ।

ଅଦା: ଏକ ପାତ୍ରରେ ପାଣି ନେଇ ସେଥିରେ ଅଦା ପକାଇ ଫୁଟାନ୍ତୁ। ଏହି ପାଣି ପିରିୟଡ୍ସରେ ହେଉଥିବା ହେଭି ବ୍ଲିଡିଂକୁ ରୋକିବାରେ ସାହାଯ୍ୟ କରି ପାରିବ। ଅଦା ଫୁଟା ପାଣିକୁ ଆପଣ ଭୋଜନ କରିବା ପରେ ଦିନକୁ ୩ ଥର ପିଇ ପାରିବେ।

କଦଳୀ ଫୁଲ: ରନ୍ଧା ହୋଇଥିବା କଦଳୀ ଫୁଲ ସହିତ ଏକ କପ୍‌ ଦହି ମିଶାଇ ଖାଇବା ଦ୍ୱାରା ପ୍ରୋଜେଷ୍ଟେରୋନ୍‌ ବଢ଼ିବାରେ ଲାଗିଥାଏ, ଯେଉଁଥିରୁ ହେଭି ବ୍ଲିଡିଂ ଉପରେ କଣ୍ଟ୍ରୋଲ ଆସିିଥାଏ। ପିରିୟଡ୍ସ ସମୟରେ ହେଭି ବ୍ଲିଡିଂ ରୋକିବାରେ ଏହା ମଧ୍ୟ ଏକ ପ୍ରଭାବଶାଳୀ ପ୍ରାକୃତିକ ଉପାୟ ହୋଇଥାଏ।

ଧନିଆ: ଯଦି ପିରିୟଡ୍ସ ସମୟରେ ବ୍ଲିଡିଂ ନର୍ମାଲ ଠାରୁ ଅଧିକ ହେଉଛି, ତା’ ହେଲେ ଅଧ ଲିଟର ପାଣିରେ ପାଖାପାଖି ୬ ଗ୍ରାମ ଧନିଆ ମଞ୍ଜି ପକାଇ ସେଥିରେ କାଢ଼ା ପ୍ରସ୍ତୁତ କରନ୍ତୁ ଏବଂ ସେହି କାଢ଼ାକୁ ପିଅନ୍ତୁ। ଏହା ହେଭି ବ୍ଲିଡିଂକୁ ରୋକିବାରେ ସାହାଯ୍ୟ କରିବ।

ମ୍ୟାଗ୍ନେସିୟମ୍‌ରେ ଭରପୂର ଜିନିଷ: ଶରୀରରେ ମ୍ୟାଗ୍ନେସିୟମ୍‌ର ଅଭାବ ହେଲେ ପିରିୟଡ୍ସ ସମୟରେ ହେଭି ବ୍ଲିଡିଂ ହୋଇଥାଏ। ଏହି ଅଭାବକୁ ପୂରଣ କରିବା ପାଇଁ ଆପଣ ରାଶି ମଞ୍ଜି, ତରଭୁଜ ମଞ୍ଜି, ଯଅ, କୋକୋ, କଖାରୁ, ମ୍ୟାଗ୍ନେସିୟମ୍‌ଯୁକ୍ତ ଅନ୍ୟାନ୍ୟ ଫଳ ଏବଂ ପନିପରିବାକୁ ନିଜ ଡାଏଟ୍‌ରେ ସାମିଲ କରି ପାରିବେ।

Leave a Reply

Your email address will not be published. Required fields are marked *