ବିଜେପି ଛାଡ଼ିବେ ନୀତିଶ ଇଣ୍ଡିଆ ମେଣ୍ଟକୁ କରିବେ କମ୍ ବ୍ୟାକ୍
1 min readନୀତିଶ କୁମାରଙ୍କ ୟୁଟର୍ଣ୍ଣ | ବିଜେପି ଛାଡି ପୁଣି ଇଣ୍ଡିଆ ମେଣ୍ଟକୁ କରିବେ ପ୍ରତ୍ୟାବର୍ତ୍ତନ | ଆରଜେଡି ମୁଖ୍ୟ ନୀତିଶ କୁମାରଙ୍କୁ ନେଇ ପୁଣି ଠାରେ ଜୋର ଧରିଛି ଚର୍ଚ୍ଚା | NDA ସରକାରରେ ପ୍ରମୁଖ ସହଯୋଗୀ ଦଳ ରହିଛି ନୀତିଶଙ୍କର ଜେଡିୟୁ |
ବାଚସ୍ପତିଙ୍କ ନିର୍ବାଚନରେ ନୀତିଶଙ୍କର ନିସ୍ଵାର୍ଥ ସମର୍ଥନ NDA ଦଳକୁ ଫ୍ରଣ୍ଟ ଫୁଟରେ ରଖିଥିଲା | NDA ସରକାରରେ ନିତୀଶଙ୍କର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ଅଧିକ ରହିଛି | ଏସବୁ ମଧ୍ୟରେ ବିରୋଧୀ ଆରଜେଡି ଦଳର ବିଧାୟକ ନୀତିଶ କୁମାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି | ଆରଜେଡି ବିଧାୟକ ବୀରେନ୍ଦ୍ର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ସମ୍ପର୍କ ବିଚ୍ଛିନ୍ନ କରିବ | ଏହାସହ ବିଜେପି ସଫା ହୋଇଯିବ | ବିଜେପି ଠୁ ଅଲଗା ହେବା ପରେ ନୀତିଶ କୁମାର ପୁଣିଥରେ ଇଣ୍ଡିଆ ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବେ | ଏହାପରେ ବିହାରରେ ବିଜେପିର ଅସ୍ତିତ୍ବ ରହିବ ନାହିଁ |
ତେବେ ଏହାପୂର୍ବରୁ ବିହାର ବିଜେପି ନେତା ଅଶ୍ୱିନୀ ଚଉବି କହିଥିଲେ, ଆଗାମୀ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱରେ NDA ଲଢ଼ିବା ଉଚିତ | ଏହାସହ ବିଜେପି ନେତୃତ୍ୱରେ ହିଁ ବିହାର ସରକାର ଗଢିବା ଆବଶ୍ୟକ | କେବଳ ଏତିକି ନୁହେଁ ଅଶ୍ୱିନୀ ମଧ୍ୟ କହିଥିଲେ ନିଜ ଦଳରେ ଥିବା ଆମଦନନି ମାଲକୁ ଆମେ ବରଦାସ୍ତ କରିବୁ ନାହିଁ | ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବ |