Pratidin TV

Odisha's Digital News Platform

ପାଠ ପଢାରେ ପିଲାଙ୍କ ମନ ଲାଗୁନଥିଲେ , ଆପଣାନ୍ତୁ ଏହି ସବୁ ଟିପ୍ସ ….

1 min read

ଭୁବନେଶ୍ୱର ; ପିଲାମାନେ ପାଠ ପଢିବା ସମୟରେ ଖୁବ୍ କମ୍ ଆଗ୍ରହ ଦେଖାଇଥାନ୍ତି । ଅନେକ ପିଲା ପାଠ ପଢିବା ସମୟରେ କାନ୍ଧିବା ସହ ଜିଦି କରିଥାନ୍ତି । ପାଠ ନପଢିବା ପାଇଁ ଅନେକ ବାହାନା କରିଥାନ୍ତି । ଏଭଳି ପରିସ୍ଥିତିରେ ବାପା ମା ମାନେ ଅନେକ ସମୟରେ ଚିନ୍ତାରେ ପଡିଯାଆନ୍ତି । କାରଣ ପିଲା ପାଠ ପ୍ରତି ଆଗ୍ରହ ନଦେଖାଇବା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପାଲଟିଯାଏ । ଅନେକ ବାପା ମା ସେ ସମୟରେ କଣ କରିବେ ତାକୁ ନେଇ ଚିନ୍ତାରେ ଥାନ୍ତି । କାରଣ ଯଦି ପିଲା ଘରେ ପାଠ ପଢାରେ ଆଗ୍ରହ ନଦିଏ ତେବେ ସ୍କୁଲରେ ଦିଆଯାଉଥିବା ଶିକ୍ଷାରୁ କଣ ଲାଭ କରିପାରିବ । ଆଉ ଆଗକୁ କିପରି ବଢିବ । ତେଣୁ ଏମିତି ସମୟରେ ପିଲାଙ୍କୁ ଡରାଇ ଧମକାଇ ମାଡମାରି ଅନେକ ବାପା ମା ପାଠ ପଢାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆପଣମାନେ ଏମିତି କରିବା ଭୁଲ ଏହାଦ୍ୱାରା ପିଲାର ମାନସିକ ଚାପ ବୃଦ୍ଧି ପାଇଥାଏ ଆଉ ସେ ଡ୍ରିପ୍ରେସନକୁ ଯିବା ସହ ଜିଦ୍ ଖୋର ହେବାର ସମ୍ଭାବନା ଥାଏ ଏମିତି ସମୟରେ କରିବେ କଣ ?

ପିଲାଙ୍କ ପାଖରେ ବସି ତାଙ୍କୁ ଖୁସି ଅନୁଭବ କରାନ୍ତୁ – ଯେଉଁ ସମୟରେ ପିଲା ପଢ଼ୁଛନ୍ତି , ସେହି ସମୟରେ ଆପଣ ତାଙ୍କ ପାଖରେ ବସି ପାରିବେ। କିନ୍ତୁ ଚେଷ୍ଟା କରିବେ ତ ପିଲାଙ୍କର ଟେନସନ ନ ବଢାଇବାକୁ। କହିବାର ଅର୍ଥ କି ପିଲାଙ୍କ ସହ କେହି ବସେ ତ ପଢ଼ିବାରେ ତାଙ୍କର ମନ ହୋଇଥାଏ ଏବଂ ସେମାନେ ବୋରିଂ ଫିଲ କରନ୍ତି ନାହିଁ କିନ୍ତୁ ତାଙ୍କୁ ଯଦି ବାପା-ମାଆଙ୍କ ଉପସ୍ଥିତିରେ ଡ଼ର ଲାଗେ ବା ବାପା-ମାଆ ପିଲାଙ୍କୁ ଡ଼ରାଇ ଧମକାନ୍ତି ତ ପିଲାଙ୍କୁ ବିରକ୍ତ ଆସିଯାଏ ଏବଂ ପାଠପଢାରୁ ସେମାନଙ୍କ ଧ୍ୟାନ ହଟିଯାଏ।

Advertisement

ପଢାରେ ନୂଆ ଜିନିଷ ସାମିଲ କରାନ୍ତୁ – ପିଲାଙ୍କୁ କୁହନ୍ତୁ କି ନୂଆ ନୂଆ ଜିନିଷ ପଢ଼ି ସେ ଦେଶ ଦୁନିଆ ବିଷୟରେ କେତେ ସବୁ ଶିଖି ପାରିବେ। ତାଙ୍କୁ ଶିଖିବା ଉପରେ ଜୋର ଦିଅନ୍ତୁ। ସେ ରୁଚିପୂର୍ଣ୍ଣ ଭାବେ ପଢ଼ନ୍ତୁ , ଯାହାକି ଆପଣ ତାଙ୍କୁ ବିଷୟ ଅନୁସାରେ ମୋବାଇଲରେ ଭିଡ଼ିଓ ଦେଖାଇ ପାରିବେ ।

ମଝିରେ କିଛି ସମୟର ବ୍ରେକ୍ ଦିଅନ୍ତୁ– ପିଲାଙ୍କୁ ଲଗାତାର ପଢାଇବା ବଦଳରେ ମଝିରେ କିଛି ସମୟର ବ୍ରେକ୍ ଦିଅନ୍ତୁ । ଆପଣ ୨ଘଣ୍ଟାର ପଠାପଢା ପାଇଁ ବାହାର କରୁଛନ୍ତି , ତ ପିଲାଙ୍କୁ ଏହି ୨ଘଣ୍ଟାର ଲଗାତାର ପଢେଇବା ପାଇଁ କୁହନ୍ତୁ ନାହିଁ । ଏହା ପରିବର୍ତ୍ତେ ତାଙ୍କୁ ମଝି ମଝିରେ ଶର୍ଟ ବ୍ରେକ୍ସ ଦିଅନ୍ତୁ । ପିଲାଙ୍କୁ ପିଇବା ପାଇଁ ଜୁସ୍ ବା ଖାଇବାକୁ ଫଳ ଓ ସାଲାଡ୍ ଆଦି ଦେଇ ପାରିବେ , ଯେଉଁଥିରେ ତାଙ୍କର ଧ୍ୟାନ ପାଠପଢାରେ ରହିବ । ତାଙ୍କୁ ଭୋକ ଶୋକ ଅନୁଭବ ହୋଇନଥାଏ ।
ଟାଇମ ଟେବୁଲ କରି କାନ୍ଥରେ ଲଗାନ୍ତୁ-ପ୍ରତିଦିନ ଯଦି ଗୋଟିଏ ସମୟରେ ପିଲାଙ୍କୁ ବସାଇବାକୁ ବସାନ୍ତି ତ ତାଙ୍କର ଏହି ସମୟରେ ପଢିବାର ଅଭ୍ୟାସ ହୋଇଯାଏ। ତେଣୁ ଆପଣମାନେ ପିଲାର ଏକ ଟାଇମଟେବୁଲ ବନାନ୍ତୁ । ଯେଉଁଥିରେ ସେ କେତେବେଳେ ଉଠିବା , ଖେଳିବ ,ପଢିବ ,ଖାଇବ ପିଇବ ତାହା ସବୁ ଲେଖି କାନ୍ଥରେ ଲଗାନ୍ତୁ । ଏହାଦ୍ୱାରା ସେ ନିଜେ ସମାନୁବର୍ତ୍ତିତା ହେବ ଏବଂ ପଢା ସମୟକୁ ଗୁରୁତ୍ୱ ଦେବ ।

ପଢାର ପରିବେଶ ବନାନ୍ତୁ – ଛୁଆକୁ ପଢାଇବା ସମୟରେ ଲକ୍ଷ ଦେବେ ଯେପରି ବାହାରୁ କିଛି କୌତୁହଳ ପୂର୍ଣ୍ଣ ଶବ୍ଧ ତାକୁ ଡିଷ୍ଟର୍ବ ନକରୁ ବା ସେ ଅନ୍ୟମନସ୍କ ନହେଉ । ପିଲା ଧ୍ୟାନ ପାଠପଢାରୁ ହଟିବ ତ ପୁଣି ପଢାରେ ଧ୍ୟାନ ଲଗେଇବା ଖୁବ୍ ମୁସ୍କିଲ ହେବ । ଯେତେ ଶାନ୍ତ ମାହୋଲ ହେବ , ସେତେ ଭଲ , କିନ୍ତୁ ଖାଲି ଓ ବନ୍ଦ ରୁମ୍ରେ ଏକା ବସାଅ ନାହିଁ , ତାକୁ ନିଦ ଆସିଯିବ ।

Leave a Reply

Your email address will not be published. Required fields are marked *