Pratidin TV

Odisha's Digital News Platform

ଆହାର ବନ୍ଦ ହୋଇଗଲେ , ଭୁବନେଶ୍ୱରେ ରହି ପଢୁଥିବା ଗରିବ ପିଲା ହନ୍ତସନ୍ତ ହୋଇଯିବେ ।

1 min read

ଓଡିଶାରେ ପଦ୍ମ ଫୁଟିବା ପରେ ନବୀନ ରାଜ୍ ଦୁର୍ବଳ ହୋଇପଡିଛି । ଏମିତି ପରିସ୍ଥିତିରେ ବିଜେପି ସରକାର ଗଢିବା ପୂର୍ବରୁ ବିଜୁ ଜନତା ଦଳ କରିଥିବା ଯୋଜନା ସବୁ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବିଏସକେୱା କାର୍ଡ ଅଚଳ ହେବାର ଅଭିଯୋଗ ହୋଇଥିଲା । ଏବଂ ଏହାପରେ ପରେ ମୋ ବସ୍ , ଲକ୍ଷ୍ମୀ ବସ୍ ଓ ୫ ଟଙ୍କିଆ ଆହାରକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ଆଜି ଲକ୍ଷ୍ମୀ ବସ୍‌ରୁ ବିଜୁ ଜନତା ଦଳର ଷ୍ଟିକର ହଟାଯାଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ ଆହର କେନ୍ଦ୍ର ଉପରେ ନିର୍ବର କରୁଥିବା ଗରିବ ଛାତ୍ର ଏବଂ ଅସହାୟ ଲୋକଙ୍କ ଚିନ୍ତା ଘାରିଛି । ନିଜ ଲକ୍ଷ ପୂରଣ କରିବା ଆଶାରେ ଗାଁରୁ ସହରକୁ ଧାଇଁ ଆସିଥିବା ଲୋକମାନେ ପୁରା ପୁରି ଏହି ଆହାର କେନ୍ଦ୍ର ଉପରେ ନିର୍ଭରଶୀଳ । ଏହାଛଡା କମ୍ ଦରମାରେ ଚାକିରୀ କରୁଥିବା ଲୋକ , ଘରୁ ବାହାର କରିଦିଆଯାଇଥିବା ଅସହାୟ ବୁଢା ବୁଢୀ ମାନେ ମଧ୍ୟ ନବୀନ ବାବୁଙ୍କ ଏହି ଯୋଜନା ଉପରେ ନିର୍ଭରଶୀଳ କିନ୍ତୁ ବର୍ତ୍ତମାନ ସରକାର ବଦଳିବା ପରେ ଏସବୁ ଯୋଜନାକୁ ନେଇ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *