Pratidin TV

Odisha's Digital News Platform

ଟିକେଟ ନମିଳିଲେ ସ୍ଵାଧୀନରେ ଲଢ଼ିବେ ହିମାଂଶୁ ।

ଯାଜପୁର ; ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ହିମାଂଶୁ ଶେଖର ସାହୁ ଙ୍କ ପୁଣି ଶକ୍ତି ପ୍ରଦର୍ଶନ। ଗତ କିଛିଦିନ ତଳେ ଜାରକା ମହୋତ୍ସବ ପଡ଼ିଆ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିବା ବେଳେ । ପୁଣି ଥାନୁଆଳ ପଂଚାୟତ ଏକ ବିଶାଳ ସମାବେଶ ମଧ୍ୟ ଦେଖିବାକୁ ମିଳିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପି ଆସନ କୁ ବିବାଦ ଉପୁଜି ଥିବାବେଳେ ଦଳ ସ୍ମୁତିରେଖା ପହି ଙ୍କୁ ଟିକେଟ ପ୍ରଦାନ କରିଛି । ଯାହାକୁ ନେଇ ହିମାଂଶୁ ଙ୍କ ସମର୍ଥକ ପାର୍ଟି ଅଫିସ ଯାଇ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ ।

ତଥାପି ଟିକେଟ ଆସାଇ ଥିବା ହିମାଂଶୁ ତାଙ୍କର ଶକ୍ତି ପ୍ରଦର୍ଶନ କରି ଚାଲିଛନ୍ତି। ଥାନୁଆଳ ପଞ୍ଚାୟତ ରେ ନିଜର ହଜାର ହଜାର ସମର୍ଥକ ଙ୍କ ସହ ହିଂମାଶୁ ସମାବେଶ କରି ପୁଣି ଚର୍ଚ୍ଚା କୁ ଆସିଛନ୍ତି । ଆୟୋଜିତ ସଭାରେ ନିଜ ଅଭିଭାଷଣ ରେ ହିଂମାଶୁ କହିଛନ୍ତି ଦଳ ତାଙ୍କୁ ଟିକେଟ ନଦେଲେ ସେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବେ । ଯେଭଳି ଭାବରେ ସେ ପୂର୍ବରୁ ଲୋକଙ୍କ ସେବା କରୁଥିଲେ ତାହା ଆଗାମୀ ଦିନରେ ସେମିତି ଜାରି ରହିବ ।

ଏହି କାର୍ଯ୍ୟକ୍ରମ ରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ନାଟକ ମଧ୍ୟ ପରିବେଷଣ କରାଯାଇ ଥିଲା।ପରିଶେଷରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *