Pratidin TV

Odisha's Digital News Platform

ମାସିକ ଋତୁସ୍ରାବ ସମୟରେ ମହିଳାଙ୍କ ମୁଡ୍ ସୁଇଂ: ପରିବର୍ତ୍ତନ କରିବାକୁ ଆପଣାନ୍ତୁ ଏହି ଉପାୟ

1 min read

ମୁଡ୍‌ ସୁଇଂ ହେବା ଆଜିକାଲି ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଲୋକଙ୍କ ମତାନୁସାରେ, ମହିଳାମାନେ ମାସିକ ଋତୁସ୍ରାବ ହେବା ସମୟରେ କିମ୍ବା ଗର୍ଭବତୀ ଥିବା ସମୟରେ ସେମାନଙ୍କର ମୁଡ୍‌ ସୁଇଂ ହୋଇଥାଏ। କିନ୍ତୁ ଏହି ସମସ୍ୟା କେବଳ ମହିଳାଙ୍କର ନୁହେଁ, ବରଂ ଅଧିକାଂଶ ଲୋକ ଏପରି ସମସ୍ୟା ଦେଇ ଗତି କରିଥାନ୍ତି। ମୁଡ ସୁଇଂ ସମସ୍ୟା ଦେଖାଦେଲେ ଜୀବନ ଅସ୍ତବ୍ୟସ୍ତ ଲାଗେ। ଏମିତି ସମୟରେ ଆପଣ କିଛି ଜରୁରୀ ଜିନିଷ କରିପାରିବେ, ଯାହାଦ୍ୱାରା ଏପରି ସମସ୍ୟାରୁ ମୁକ୍ତି ପାଇବେ।

ପ୍ରତିଦିନ କରନ୍ତୁ ବ୍ୟାୟାମ :
ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଏଣ୍ଡୋର୍ଫିନ ହରମୋନ ବଢିଥାଏ। ଏହି ହରମୋନ ମୁ୍‌ଡ୍‌କୁ ଠିକ୍‌ କରିଥାଏ। ଏହାସହିତ ଭଲ ନିଜ ମଧ୍ୟ ହୁଏ। ତେଣୁ ଆପଣଙ୍କ ମୁଡ୍‌ ଆପେ ଆପେ ଠିକ୍‌ ହୋଇଯାଏ।

Advertisement

ପାଣି ପିଅନ୍ତୁ :
ମୁଡ ସୁଇଂ ହେବା ସମୟରେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଯେତେବେଳେ ମନ ଅଧିକ ଖରାପ ଲାଗିବ, ସେତେବେଳେ ପାଣିପାଗ ଅନୁଯାୟୀ ଗରମ କିମ୍ବା ଥଣ୍ଡା ପାଣିରେ ଗାଧାନ୍ତୁ। ଆପଣଙ୍କ ମନକୁ ଭଲ ଲାଗିବ।

ଗୀତ ଶୁଣନ୍ତୁ :
ଆପଣ ମନ ଯଦି କୌଣସି କାମରେ ଲାଗୁନାହିଁ। ତେବେ ଏପରି ସ୍ଥିତିରେ ଆପଣଙ୍କୁ ସବୁଠୁ ଅଧିକ କ’ଣ ଭଲ ଲାଗେ ସେଥିପ୍ରତି ଧ୍ୟାନ ଦେବେ। ଯଦି ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗିଥାଏ, ତେବେ ମନ ମୁତାବକ ମ୍ୟୁଜିକ ଶୁଣିପାରିବେ। ଯାହା ଆପଣଙ୍କ ମୁଡ୍‌କୁ ପରିବର୍ତ୍ତନ କରିବ।

ସୁଗନ୍ଧ ମଧ୍ୟ ମୁଡ୍‌ ପରିବର୍ତ୍ତନ କରିପାରେ :
ସୁଗନ୍ଧ ଆପଣଙ୍କ ମୁଡ ସୁଇଂ ମସ୍ୟାକୁ କମ୍‌ କରିଥାଏ। ଯଦି ଆପଣଙ୍କୁ ଏପରି ଲାଗେ, ମନ ଅଶାନ୍ତ ରୁହେ, ତେବେ ଆଖପାଖରେ ଥିବା ସୁଗନ୍ଧ ଜିନିଷ ଶୁଙ୍ଘିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତ ଆରାମ ମିଳିବ। ଆପଣଙ୍କୁ ଭଲ ଲାଗିବ। ଏପରି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *